ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଓକିଲ ସଂଘର କାର୍ଯ୍ୟବନ୍ଦ ଡାକରା

Published By : Prameya-News7 Bureau | December 03, 2018 IST

ରାଉରକେଲା ୦୩|୧୨: ରାଉରକେଲା ଓକିଲ ସଂଘର କାର୍ଯ୍ୟ ବନ୍ଦ ଡ଼।କରା । ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ରାଉରକେଲାରେ ହାଇକୋର୍ଟର ସ୍ଥାୟୀ  ବେଞ୍ଚ  ପ୍ରତିଷ୍ଠା , ସୁନ୍ଦରଗଡ଼କୁ ବିଭାଜନ କରି ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘ ବନ୍ଦ କରିଛି । ସଂଘ ଗତ ୨୭ ରେ ୧୨ ଘଂଟିଆ ରାଉରକେଲା ବନ୍ଦ ପାଳନ କରିସାରିଥିବା ବେଳେ ଆଜି ଠାରୁ କାର୍ଯ୍ୟ ବନ୍ଦ ଡ଼ାକରା ଦେଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ପରେ ଜାନୁଆରୀ ୨ ତାରିଖରେ ଗୁରତ୍ବପୁର୍ଣ୍ଣ ବୈଠକ ବସିବ । ବୈଠକରେ ଯାହା ନିଷ୍ପତ୍ତି  ହେବ ସେହି  ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବ ବୋଲି  ଓକିଲ ସଂଘ ସଭାପତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.