ସ୍ମାର୍ଟ ସିଟି ନୁହେଁ ଡ଼ଷ୍ଟ ସିଟି -ରାଉରକେଲା

Published By : Prameya-News7 Bureau | August 28, 2019 IST

ରାଉରକେଲା ୨୮।୮-   ସ୍ମାର୍ଟ ସିଟି ନୁହେଁ ଡ଼ଷ୍ଟ ସିଟି ପାଲଟିଲାଣି ରାଉରକେଲା ।ଇସ୍ପାତ ନଗରୀର ଖାଲ ଖମା ରାସ୍ତା ଆଉ ପରିବେଷକୁ  ଧୂଳି ଧୂସରିତ କରିଦେଉଛି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତାସହ ଏପରି ସ୍ଥିତିରେ  ଜାତୀୟ ରାଜପଥ ପାଲଟିଛି ମରଣଯନ୍ତ୍ରା । 

{"id":150195}

ଧୂଳି ଆଉ ଧୂଳି,ପୁରା ପରିବେଶ ଧୂଳିରେ ଧୂସରିତ । ତାସାଙ୍ଗକୁ ଟ୍ରାଫିକ ଜାମ୍ । ଇସ୍ପାତ ନଗରୀର ଅବସ୍ଥା ପୁରା ବେହାଲ । ଖାଲଖମାର ରାସ୍ତା ସହ ଦୁର୍ବଳ ବ୍ରାହ୍ମଣୀ ପୋଲ । ତାରି ଭିତରେ ଗଡୁଛି ହଜାର ହଜାର ଗାଡ଼ି । ରାସ୍ତାରେ ବଡ଼ବଡ଼ ଖାଲ,ଟିକିଏ ଅସାବଧାନ ହଲେ ଜୀବନ ଯିବା ନିଶ୍ଚିତ । ସ୍ମାର୍ଟ ସିଟି ରାଉରକେଲାର ଏହି ଦୃଶ୍ୟ କେବଳ ଚିନ୍ତାଜନକ ନୁହେଁ ଉଦବେଗର କାରଣ । ରାଉରକେଲାର ପ୍ରବେଶପଥ କୁହାଯାଉଥିବା ହକି ଛକରୁ ବେଦବ୍ୟାସ ଛକ, ସବୁଦିନ ସ୍ଥିତି ଅସମ୍ଭାଳ । ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ବି ନିଘା ନାହିଁ କାହାର।

{"id":150197}

ଏହି ଜାତୀୟ ରାଜପଥର ଦୋହରୀ କରଣ ସାଙ୍ଗକୁ ବ୍ରହ୍ମଣୀ ଉପରେ ଦ୍ବିତୀୟ ପୋଲ ପାଇଁ କେବଳ ନେତାଙ୍କ ତୁଚ୍ଛା ରାଜନୀତି ।  ଅନ୍ୟ ପଟରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ କହୁଛନ୍ତି, ବ୍ରାହ୍ମଣୀ ପୋଲ ଠିକ୍‌ ଅଛି , ତେବେ ବର୍ଷ। ଯୋଗୁଁ ରାସ୍ତା କାମ ହୋଇପାରୁନାହିଁ । ବର୍ଷ। ଛାଢ଼ିଲେ ହକି ଛକରୁ ବେଦବ୍ୟାସ ପର୍ଯ୍ୟନ୍ତ ରାସ୍ତାକାମ ତ୍ବାରାନ୍ନିତ ହେବ। କିନ୍ତୁ ଏମିତି ପ୍ରତିଶ୍ରୁତି ଆଗରୁ ବି ଶୁଣିଆସୁଥିବା ରାଉରକେଲା ବାସୀ  ଅସନ୍ତୋଷର ସହ ମତ ଦେଇଛନ୍ତି ।

{"id":150198}

ସ୍ମାର୍ଟ ସିଟିର ସ୍ବପ୍ନ ଦେଖୁଥିବା ରାଉରକେଲାବାସୀ ଏବେ ଡଷ୍ଟ ସିଟିରେ ଆତଯାତ । ସହରର ପ୍ରବେଶ ଫତରୁ ଏହା ସ୍ପଷ୍ଟ ଜାହିର ହେଉଥିଲେ ବି , ସଫେଇ ଆଳରେ ଅଧିକାରୀ ପ୍ରତିଶ୍ରୁତି ଦେବାର ସୁଯୋଗ ଛାଡୁନାହାନ୍ତି । କିନ୍ତୁ ପ୍ରଶାସନର ବାରମ୍ବାର ମିଛ ପ୍ରତିଶୃତିରେ  ଅତିଷ୍ଠ  ରାଉରକେଲାବାସୀଙ୍କ ମଧ୍ୟରେ ଏବେ ଆନ୍ଦୋଳନ ନିଷ୍ପତ୍ତିର ଆଭାସ ମିଳିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.