ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଝାଡଖଣ୍ଡରେ ଗଣଦୁଷ୍କର୍ମ !

Published By : Prameya-News7 Bureau | January 07, 2019 IST

ରାଉରକେଲା ୭|୧: ଝାଡଖଣ୍ଡରେ ଓଡିଆ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ସଂପୃକ୍ତ ପୀଡିତା ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁ ଏବଂ ଅନ୍ୟ କିଛି ସହଯୋଗୀଙ୍କ ନାଁରେ ରାଉରକେଲା ଜିଆରପି ଥାନାରେ ଜଣକ ଅଭିଯୋଗ କରିଛନ୍ତି । 

ସୂଚନା ଅନୁସାରେ ଛାତ୍ରୀଙ୍କ ଘର ଝାରସୁଗୁଡାରେ । ସେ ରାଉରକେଲାରେ ରହି ପଢୁଥିଲେ । ଛାତ୍ରୀ  ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ  ଝାଡଖଣ୍ଡ ଲୋଟାପାହାଡରେ ତାଙ୍କ ସହ ଏଭଳି ଦୁଷ୍କର୍ମ ଘଟଣା ଘଟିଥିବା ସେ କହିଛନ୍ତି । ପୁରୁଷ ବନ୍ଧୁ ଜଣକ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିବା ପରେ ପାଖ ଜଙ୍ଗଲରେ ତାଙ୍କୁ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ପୀଡିତାଙ୍କୁ ରାଉରକେଲା ପଠାଇଥିଲେ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ରାଉରକେଲା ଜିଆରପି ପୋଲିସ ମାମଲାରେ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.