ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ, ଫିନାଇଲ୍ ପିଆଇଦେଲା ଅଭିଯୁକ୍ତ

Published By : Prameya-News7 Bureau | April 10, 2021 IST

ରାଉରକେଲା, ୧୦।୦୪:  ସୁନ୍ଦରଗଡ଼ରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ସୁନ୍ଦରଗଡ଼  ବଣେଇ ଜଗନ୍ନାଥପୁର ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା ।

ସୂଚନାନୁସାରେ, ଗତ ୮ ତାରିଖ ନାବାଳିକା ଘରେ ଏକୁଟିଆ ଥିବା ବେଳେ ତାର ସୁଯୋଗ ନେଇ ପଡ଼ୋଶୀ ଘରର  ଯୁବକ ସତ୍ୟ ସ୍ଵାଇଁ ପ୍ରଥମେ ଜୋରଯବରଦସ୍ତି ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ନାବାଳିକାକୁ ହତ୍ୟା କରିବାକୁ ଯାଇ  ତାଙ୍କୁ ଫିନାଇଲ ମଧ୍ୟ ପିଆଇ ଦେଇଥିଲା ।  ଏହାପରେ ସତ୍ୟ   ସେହି ସ୍ଥାନରୁ ଫେରାର ହୋଇଯାଇଥିଲା ।

ପରିବାର ଲୋକେ ଘରେ ଆସି ଦେଖିବାରୁ ନାବାଳିକା ଝିଅ ଅଚେତ ହୋଇ ପଢ଼ିଥିଲେ । ତୁରନ୍ତ ତାଙ୍କୁ ଗୁରୁତର  ଅବସ୍ଥାରେ ପ୍ରଥମେ ବଣେଇ ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ ।ସାମାନ୍ୟ ସୁସ୍ଥ  ହେବା ପରେ ସବୁ କଥା ପରିବାର ଲୋକଙ୍କ କହିଥିଲା ନାବାଳିକା । ଏହାସହ ନିଜେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ସତ୍ୟ ସ୍ଵାଇଁକୁ ବଣେଇ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ନାବାଳିକାକୁ ରାଉରକେଲା ସରକାରୀ ଡ଼ାକ୍ତରଖାନା ପରିସରରେ ଥିବା ସଖୀ ଗୃହରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.