ରାଉରକେଲା ଶିଶୁ ଚୋରି ରାକେଟ୍ ଲିଙ୍କ୍ କେନ୍ଦ୍ରାପଡାରେ, ମେଦିନୀପୁରରୁ ଉଦ୍ଧାର ହେବା ପରେ ଫିଟିଲା ଗୁମର

Published By : Prameya-News7 Bureau | December 18, 2020 IST

ରାଉରକେଲା ୧୮।୧୨: ରାଉରକେଲାରେ ଶିଶୁ ଚୋରି ରାକେଟ୍ ଆକ୍ଟିଭ୍ । ରାଉରକେଲା ଷ୍ଟେସନ ଅଞ୍ଚଳରୁ ନିଖୋଜ ୬ ବର୍ଷର ଶିଶୁ ପଶ୍ଚିମବଙ୍ଗର ମେଦିନୀପୁରରୁ ଉଦ୍ଧାର ହେବା ପରେ ଫିଟିଛି ଗୁମର । ରାଉରକେଲା ଶିଶୁ ଚୋରି ରାକେଟ୍‌ର ଲିଙ୍କ୍ ମିଳିଛି କେନ୍ଦ୍ରାପଡାରୁ ।

ରାଉରକେଲା ଷ୍ଟେସନ ଅଞ୍ଚଳରେ ଭିକ୍ଷାବୃତି କରି ଚଳୁଥିବା ବେଦବ୍ୟାସ ଅଚଂଳର ଶଙ୍କର ସିଂଙ୍କ ୬ବର୍ଷର ପୁଅ ଅଚାନକ ଗତ ୪ ତାରିଖରେ ନିଖୋଜ ହୋଇ ଯାଇଥିଲା । ୧୨ ତାରିଖରେ ପ୍ଳାଂଟ ସାଇଡ଼ ଥାନାରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ଛାନଭିନ୍ନ । ଇନଫରମର୍ଙ୍କ ଠାରୁ ମିଳିଥିଲା ସୂଚନା । ପୋଲିସ ଟ୍ରାକ କରିଥିଲା ଶିଶୁ ଚୋରି ରାକେଟ୍ । କେନ୍ଦ୍ରପଡ଼। ଅଚଂଳର ସନ୍ତୋଷିନୀ ନାଏକଙ୍କ ଘରେ ପହଞ୍ଚି ପୋଲିସ ତାଙ୍କ ମେଦିନୀପୁର ଠିକଣା ପାଇଥିଲା । ଏହାପରେ  ମେଦିନୀପୁରରୁ ସନ୍ତୋଷିନୀକୁ ଉଠାଇବା ପରେ ଶିଶୁ ଚୋରି ନେଟୱର୍କର ଖିଅ ମିଳିଛି ।

୪ ତାରିଖ ପୁର୍ବ।ହ୍ନରେ ଶିଶୁ ପୁତ୍ରକୁ ଚକୋଲେଟ ସହ ମିଠାର ପ୍ରଲୋଭନ ଦେଖାଇ ଅପରହଣ କରା ଯାଇଥିଲା। ସଂଧ୍ୟାରେ ନାଇଟକୋଚ୍ ବସରେ ରାଉରକେଲାରୁ କଟକ ପରେ କଟକରୁ  ଟ୍ରେନ ଯୋଗେ ପଶ୍ଚିମବଙ୍ଗ ମେଦିନୀପୁର ନିଆଯାଇଥିଲା ।  ତାକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ଚାଲିଥିଲା । ମେଦିନୀପୁର ପୋଲିସର ସହାୟତାରେ ଶିଶୁ ପୁତ୍ରକୁ ସୁରକ୍ଷିତ ଉଦ୍ଧାର କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ପରେ ପୋଲିସ କବଜାକୁ ଆସିଥିଲେ ଆଉ ତିନି ମହିଳାଙ୍କ ସହ ଜଣେ ପୁରୁଷ ।

ଗିରଫ ୪ ଅଭିଯୁକ୍ତ ପୂର୍ବରୁ ଶିଶୁ ଚାଲାଣ ମାମଲାରେ ଗିରଫ ହୋଇ ଜାମିନରେ ଆସିଛନ୍ତି । ପୁଣି ଥରେ ଶିଶୁ ଚୋରି ମାମଲା ସାମ୍ନାକୁ ଆସିବା, ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.