ରାଉରକେଲାରେ ପ୍ରଦର୍ଶିତ ହେଲା ୧୭ କି.ମି. ଲମ୍ବର ବିଶାଳ ଜାତୀୟ ପତାକା , ଗିନିଜ୍ ବୁକ୍ ଅଫ୍ ରେକର୍ଡ ଓ ଲିମ୍‌କା ବୁକ୍ ଅଫ୍ ରେକର୍ଡରେ ହୋଇପାରେ ସାମିଲ୍

Published By : Prameya-News7 Bureau | August 15, 2019 IST

ରାଉରକେଲା ୧୫|୮: ସ୍ବାଧୀନତା ଦିବସ ଅବସରରେ ରାଉରକେଲାରେ ପ୍ରଦର୍ଶିତ ହୋଇଛି ୧୭ କିମି ଲମ୍ବର ବିଶାଳ ଜାତୀୟ ପତାକା । ମାନବ ଶୃଙ୍ଖଳ ଜରିଆରେ ଜାତୀୟ ପତାକାକୁ ପ୍ରଦର୍ଶିତ କରାଯାଇଛି । ସ୍ବାଧୀନତା ଦିବସ ଅବସରରେ ଗୋଟିଏ ତ୍ରିରଙ୍ଗା ତଳେ ସମସ୍ତଙ୍କୁ ଏକାଠି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସମୁହ ଜାତୀୟ ସଂଗୀତ ଜ୍ଞାନ ସାଙ୍ଗକୁ ୯ଟି ପ୍ରଜ୍ଞାପନ ମେଢ ଶୋଭଯାତ୍ରାରେ ବାହାରିବା ବି ଥିଲା କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ।

{"id":144603}

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସସମସ୍ତ ଭାରତୀୟ ଏକ । ତ୍ରିରଙ୍ଗା ତଳେ ସମସ୍ତେ ସମାନ । ଏହି ବାର୍ତ୍ତାନେଇ ରାଉରକେଲାରେ ଆୟୋଜିତ ହୋଇଥିଲା ତ୍ରିରଙ୍ଗା ଶୋଭଯାତ୍ରା । ୧୭ କିଲୋମିଟର ଲମ୍ବର ବିଶାଳ ଜାତୀୟ ପତାକା ତଳେ ଏକାଠି ହୋଇଥିଲେ ରାଉରକେଲାବାସୀ । ହନୁମାନ ବାଟିକା ଛକରୁ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକ ରିଂ ରୋଡ୍‌ ଦେଇ ଭଞ୍ଜଭବନ ଛକ ପର୍ଯ୍ୟନ୍ତ ଆସିଥିଲା ଏହି ତ୍ରିରଙ୍ଗା ଶୋଭାଯାତ୍ରା ।

{"id":144604}

 ସ୍ମାଇଲ୍‌ ଫର ଏଭର ଫାଉଣ୍ଡେସନ୍ ପକ୍ଷରୁ ମାନବ ଶୃଙ୍ଖଳ ଜରିଆରେ ଏହି ବିଶାଳ ଜାତୀୟ ପତାକାକୁ ପ୍ରଦର୍ଶିତ କରାଯାଇଥିଲା । ରାଉରକେଲାବାସୀଙ୍କ ସହ ଆଖପାଖ ଅଞ୍ଚଳର ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜାତୀୟ ପତାକାକୁ ତୋଳି ଧରିଥିଲେ । ଜାମ୍ମୁ କାଶ୍ମୀରକୁ ନେଇ ଯେତେବେଳେ ପାକିସ୍ତାନ ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ସେତେବେଳେ କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ସବୁ ଭାରତୀୟ ଏକହୋଇ ଗୋଟିଏ ପତକା ତଳେ ହାତ ମିଳାଇଛନ୍ତି ଏବଂ ଅଖଣ୍ଡ ଭାରତର ନାରା ଦେଇଛନ୍ତି । ବିଶ୍ବବାସୀଙ୍କୁ ଏଭଳି ବାର୍ତ୍ତା ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନା ବୋଲି ଆୟୋଜକ ଓ ଅତିଥିମାନେ କହିଛନ୍ତି ।

{"id":144605}

ଏହି ତ୍ରିରଙ୍ଗା ଶୋଭଯାତ୍ରାରେ ରାଉରକେଲାର ୨୫ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ । ସେହିଭଳି ଶୋଭାଯାତ୍ରାରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶୋଭାଯାତ୍ରାରେ ଓଡ଼ିଶୀ, ସମ୍ବଲପୁରୀ, ଦେଶାତ୍ମକ ବୋଧ ସଂଗୀତ ସହ ୯ଟି ପ୍ରଜ୍ଞାପନ ମେଢ ବାହାରି ଥିଲା । ଯେଉଥିରେ ମୁଖ୍ୟ ଆକର୍ଷଣ ଥିଲା ପୁରୀର ସାହି ଯାତ ।

{"id":144606}

ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ୪ ମାସ ତଳୁ ପ୍ରସ୍ତୁତି ଆରମ୍ଭ କରିଥିଲେ ଆୟୋଜକ । ଢେଙ୍କାନାଳ କାମାକ୍ଷାନଗରର ସହିଦ ଅଜିତ ସାହୁଙ୍କ ବାପା ମାଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନ୍ୟୁଜ ୭ର ସଂପାଦକ ଅର୍ଦ୍ଧେନ୍ଦୁ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ।

{"id":144607}

 ୧୭ କିଲୋମଟିର ବ୍ୟାପୀ ଏହି ବିଶାଳ ତ୍ରିରଙ୍ଗା ଆଗାମୀ ଦିନରେ ଗିନିଜ୍‌ ବୁକ୍ ଅଫ୍‌ ରେକର୍ଡ ଓ ଲିମ୍‌କା ବୁକ୍‌ ଅଫ ରେକର୍ଡରେ ସାମିଲ ହେବ ବୋଲି ଲକ୍ଷ୍ୟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.