ଦାଦନ ଦୁଃଖ : ୪୦ ହଜାର ଟଙ୍କାରେ ବନ୍ଧା ପଡିଛନ୍ତି ହରିୟାଣାରେ, ଫେରାଇ ଆଣିବାକୁ ପରିବାରଲୋକଙ୍କ ଅନୁରୋଧ

Published By : Prameya-News7 Bureau | August 08, 2019 IST

ରାଉରକେଲା ୮|୮: ପୁଣି ଦାଦନ ଦୁଃଖ । ସୁନ୍ଦରଗଡ଼ର ଯୁବକ ଦାଦନ ଖଟିବାକୁ ଯାଇ ବିକ୍ରି ହୋଇଛି ହରିୟାଣାରେ । ବିଶ୍ବାସରେ ବିଶ୍ବାସଘାତକତା କରିଛି ଶଢ଼ୁ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଖୁଂଟ ଗାଁର ୩୦ ବର୍ଷୀୟ ଯୁବକ ରାଜେନ୍ଦ୍ର ଲାଖୁଆ ୪୦ ହଜାରରେ ବିକ୍ରି ହୋଇଛି ହରିୟାଣାର ଦୌଲତପୁରରେ ।

{"id":142173}

ସୂଚନାଯୋଗ୍ୟ ଯେ, ରାଉରକେଲା ବାଲୁଘାଟରେ ରହୁଥିବା ରାଜେନ୍ଦ୍ର ଲାଖୁଆଙ୍କ ସଢ଼ୁ ମହେଶ ରାଜେନ୍ଦ୍ର ଲାଖୁଆଙ୍କୁ ଭଲ ରୋଜଗାର ଆଶା ଦେଇ ମନୋହରପୁର ଯିବା ପାଇଁ କହି ୪ ମାସ ତଳେ ନେଇଯାଇଥିଲେ ଦିଲ୍ଲୀ । ଦିଲ୍ଲୀରେ ରାଜେନ୍ଦ୍ର ଲାଖୁଆଙ୍କୁ ଦଲାଲକୁ ହସ୍ତାନ୍ତର କରି ଫେରିଯାଇଥିଲେ ରାଉରକେଲା । ସେଠାରୁ ପଂଜାବ, ପଂଜାବରୁ ଏବେ ତାଙ୍କୁ ରଖାଯାଇଛି ହରିୟାଣାର ଦୌଲତପୁରରେ ।

{"id":142172}

ସେଠାରେ ତାଙ୍କୁ ଖଟାଯାଉଥିବାବେଳେ ନିର୍ଯାତନା ଦିଆଯାଉଛି । ୪ ମାସ ପରେ ଗତ ମଙ୍ଗଳବାର ରାତିରେ ରାଜେନ୍ଦ୍ର ଲାଖୁଆ ତାଙ୍କ ବାପାଙ୍କୁ ଫୋନ୍ କରି ନିର୍ଯାତନା ସହ ମାଡ ମରାଯାଉଥିବା କଥା  କହିବା ସହ ତୁରନ୍ତ ମୁକ୍ତ କରି ନେବାକୁ କହିଛନ୍ତି । ରାଜେନ୍ଦ୍ର ଲାଖୁଆଙ୍କ ବାପା ଏହି ବିଷୟରେ ବିଶ୍ରା ଥାନାରେ ଜଣାଇଥିଲେ ମଧ୍ୟ ମିଳୁନାହିଁ ସହଯୋଗ ମିଳିଛି କେବଳ ପ୍ରତିଶୃତି ।

{"id":142174}

୪ ମାସ ହେଲା ଠିକ୍ ସେ ଘରେ ଚୁଲି ଜଳୁନଥିବା ବେଳେ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସ୍ତ୍ରୀ । ଭଉଣୀ ଅନାଇଛି ଭାଇ ଫେରିଲେ ରାକ୍ଷୀ ପୂର୍ଣ୍ଣୀମାରେ ବାନ୍ଧିବ ରାକ୍ଷୀ । ବାପା ପୁଅକୁ ଫେରାଇ ଆଣିବାକୁ ସରକାରଙ୍କୁ କରିଛନ୍ତି ଅନୁରୋଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.