Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିଟେକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ଝାରଖଣ୍ଡରେ ରେଳବାଇ ପୋଲିସ, ସାଙ୍ଗରେ ପୀଡିତା ଛାତ୍ରୀଙ୍କ ଭାଇ

8/01/2019 at 2:21 PM


ରାଉରକେଲା ୮/୧ : ରାଉରକେଲାର ବିଟେକ ଛାତ୍ରୀଙ୍କୁ ଝାରଖଣ୍ଡର ଲୋଟପାହା ଠାରେ ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବା ପାଇଁ ରାଉରକେଲା ଜିଆରପିର ଏକ ଟିମ ଆଜି ଲୋଟପାହାଡ଼ ଯାଉଛନ୍ତି | ଏହି ତଦନ୍ତକାରୀ ଦଳ ସହ ପୀଡିତା ଛାତ୍ରୀଙ୍କ ଭାଇ ମଧ୍ୟ ଯାଉଥିବା ଜଣାପଡିଛି | ତେବେ ଆଜି ଓ ଆସନ୍ତାକାଲି ଭାରତ ବନ୍ଦ ଥିବାରୁ ତଦନ୍ତରେ ବାଧା ସୃଷ୍ଟି ହୋଇଛି | ତେବେ ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ରାଉରକେଲା ଜିଆରପି ଏସପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି |


ସୂଚନାଯୋଗ୍ୟ ଯେ, ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ବିଟେକ ଛାତ୍ରୀଙ୍କ ଘର ଝାରସୁଗୁଡାରେ | ସେ ରାଉରକେଲାର ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢିଥିଲେ | ରାଉରକେଲା ରେଳବାଇ ପୋଲିସ ନିକଟରେ ସେ ଦେଇଥିବା ଏତଲାରେ ଲେଖିଛନ୍ତି ଯେ, କଲେଜ ଛୁଟି ଥିବାରୁ ଗତ ଡିସେମ୍ବର ମାସ ୩୦ ତାରିଖରେ ସେ ନିଜ ଘର ଝାରସୁଗୁଡା ଯିବାକୁ ବାହାରିଥିଲେ | ଅପରାହ୍ନରେ ସେ ରାଉରକେଲା ସେକ୍ଟର-୨ ସ୍ଥିତ ବସଷ୍ଟାଣ୍ଡକୁ ଆସିଥିଲେ | ବସଷ୍ଟାଣ୍ଡରେ ଜଣେ ଯୁବକ ପୀଡିତାଙ୍କ ବହି ବୋଲି ପରିଚୟ ଦେଇ ପୀଡିତାଙ୍କ ସହ କଥାବାର୍ତ୍ତା କରିଥିଲା |

ଯୁବକ ମଧ୍ୟ ଝାରସୁଗୁଡା ଯାଉଛି ବୋଲି କହିବା ଯୋଗୁଁ ପୀଡିତା ତାଙ୍କ ସହ ଏକ ଅଟୋ ଯୋଗେ ରାଉରକେଲା ବସଷ୍ଟାଣ୍ଡକୁ ଯାଇଥିଲେ | ତେବେ ସେଠାରେ ସମ୍ପୃକ୍ତ ଯୁବକ ପ୍ରସ୍ତାବ ଦେଇଥିଲେ ଯେ, ବସ ଅପେକ୍ଷା ଟ୍ରେନରେ ଯିବା ଠିକ ହେବ | ତେଣୁ ଯୁବକ ଓ ପୀଡିତା ମିଶି ପୁଣି ରାଉରକେଲା ଷ୍ଟେସନକୁ ଆସିଥିଲେ | ଷ୍ଟେସନରେ ଝାରସୁଗୁଡାକୁ ଟିକେଟ କାଟିବା ପରବର୍ତ୍ତେ ପୀଡିତାଙ୍କ ଅଗୋଚରରେ ରାଉରକେଲାରୁ ଝାରଖଣ୍ଡର ଚକ୍ରଧରପୁର ପାଇଁ ଟିକେଟ କରିଥିଲେ ଏବଂ ଚକ୍ରଧରପୁର ଯାଉଥିବା ଟ୍ରେନରେ ପୀଡିତାଙ୍କୁ ନେଇ ଉଠିଥିଲେ |


ଏତଲା ଅନୁସାରେ ଟ୍ରେନ କିଛି ରାସ୍ତା ଯିବାପରେ ଯୁବତୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା | ସେ ଯୁବକକୁ ପଚାରିଥିଲେ ଯେ, ଟ୍ରେନ ଝାରସୁଗୁଡା ନୁହେଁ ବରଂ ଚକ୍ରଧରପୁର ଆଡକୁ କାହିଁକି ଯାଉଛି | ଯୁବକ ତାଙ୍କୁ ବୁଝାଇଥିଲେ ଯେ, ଝାରସୁଗୁଡାରେ ଚେକିଂହ ଚାଲିଛି | ସେଥିପାଇଁ ଚକ୍ରଧରପୁର ହୋଇ ଝାରସୁଗୁଡା ଯିବ |


ଚକ୍ରଧରପୁର ଷ୍ଟେସନ ପୂର୍ବରୁ ପଡୁଥିବା ଲୋଟପାହାଡ଼ ଅଂଚଳରେ ଯୁବକଙ୍କ ଘର | ତେଣୁ ଯୁବକଙ୍କ ପ୍ରସ୍ତାବ ଅନୁସାରେ ଦୁହେଁ ଲୋଟପାହାଡ଼ ଷ୍ଟେସନରେ ଓହ୍ଲାଇଥିଲେ ଏବଂ ନିଜ ଘର ଦେଖାଇବା ପାଇଁ ପୀଡିତାଙ୍କୁ ଯୁବକ ନିଜ ଘରକୁ ନେଇଯାଇଥିଲେ | ଏକ ଘରେ ପହଂଚିବାପରେ ପୀଡିତାଙ୍କୁ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ | ସେତେବେଳକୁ ରାତି ହୋଇଯାଇଥିଲା | ଦୁଷ୍କର୍ମ ଉଦ୍ୟମ ଯୋଗୁଁ ପୀଡିତା ଚିତ୍କାର କରିଥିଲେ | ପୀଡିତାଙ୍କ ଚିତ୍କାର ଯୋଗୁଁ ଯୁବକ ତାଙ୍କୁ ଚଡି ଚାଲି ଯାଇଥିଲା | ଫଳରେ ପୀଡିତା ଷ୍ଟେସନ ଆଡକୁ ଚାଲି ଚାଲି ଯିବାକୁ ଆରମ୍ଭ କରିଥିଲେ | ଏହି ସମୟରେ ସମ୍ପୃକ୍ତ ଯୁବକ ତାର ୪/୫ ଜଣ ସାଙ୍ଗଙ୍କ ସହ ଆସି ତାଙ୍କୁ ରାସ୍ତାରୁ ଉଠାଇନେଇ ଏକ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ | ଜଙ୍ଗଲରେ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିବା ପରେ ଛାଡି ଚାଲିଯାଇଥିଲେ |


ରାତି ହୋଇଥିବା ସତ୍ୱେ ଯୁବତୀ ସାହସ ସଞ୍ଜୟ କରି ଲୋଟପାହାଡ଼ ଷ୍ଟେସନରେ ପହଂଚିଥିଲେ | ରାତି ସାରା ଷ୍ଟେସନ ପ୍ଲାଟଫର୍ମରେ ପହଂଚିବା ପରେ ୩୧ ତାରିଖ ସକାଳେ ଟ୍ରେନ ଯୋଗେ ଝାରସୁଗୁଡା ଯାଇଥିଲେ |


ଅପରପକ୍ଷରେ ପୀଡିତା ୩୦ ତାରିଖରେ ଘରେ ନପହଞ୍ଚିବାରୁ ପୀଡିତାଙ୍କ ଭାଇ ୩୦ ତାରିଖରେ ହିଁ ରାଉରକେଲାରେ ପହଂଚି ଭଉଣୀର ନିଖୋଜ ସମ୍ପର୍କରେ ପୋଲିସରେ ଏତଲା ଦେଇଥିଲେ | ପୀଡିତା ଘରେ ପହଂଚି ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ | ତେବେ ଘଟଣାର ୪ଦିନ ପରେ ଗତ ୪ ତାରିଖରେ ପୀଡିତାଙ୍କୁ ନେଇ ତାଙ୍କ ଭାଇ ଝାରଖଣ୍ଡର ଲୋଟପାହାଡ଼ ପହଂଚି ସେଠାରେ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ | ତେବେ ପୋଲିସ ସେଠାରେ ଏତଲା ନରଖିବାରୁ ୫ ତାରିଖରେ ରାଉରକେଲା ସେକ୍ଟର-୩ ଥାନାରେ ଯାଇ ଅଭିଯୋଗ କରିଥିଲେ | କିନ୍ତୁ ସେକ୍ଟର-୩ ଥାନା ଏତଲା ଗ୍ରହଣ କରିନଥିଲା | ଫଳରେ ପୀଡିତା ଓ ତାଙ୍କ ଭାଇ ରାଉରକେଲା ରେଳବାଇ ପୋଲିସ ନିକଟରେ ଏତଲା ଦେବାପରେ ରେଳବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି |


ତେବେ ଏହି ଘଟଣାକୁ ନେଇ ପୋଲିସ ମନରେ କେତୋଟି ମୌଳିକ ପ୍ରଶ୍ନ ଉଠୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅନୌପଚାରିକ ଭାବେ କହିଛନ୍ତି | ସେ କହିଛନ୍ତି ଯେ, ଜଣେ ବିଟେକ ଛାତ୍ରୀ କିଭଳି ଜାଣିପାରିଲେନାହିଁ ଓ ଝାରସୁଗୁଡା ଯିବ ବଦଳରେ ଚକ୍ରଧରପୁର ଚାଲିଗଲେ | ସେହିଭଳି ସେ ଚକ୍ରଧରପୁରରେ ଓହ୍ଲାଇବା ବଦଳରେ କାହିଁକି ଲୋଟପାହାଡ଼ ଷ୍ଟେସନରେ ଓହ୍ଲାଇଲେ | ତୃତୀୟତଃ ଭାଇଙ୍କ ସାଙ୍ଗ ବୋଲି ପରିଚୟ ଦେଇଥିଲେ ମଧ୍ୟ ପୀଡିତାଙ୍କ ପାଇଁ ଯୁବକ ଅଜଣା ଥିଲେ |

ଜଣେ ଅଜଣା ଯୁବକକୁ ଯୁବତୀ କେଉଁ ପରିପ୍ରେକ୍ଷୀରେ ଏତେ ବିଶ୍ୱାସ କଲେ | ଆଉ ଏକ ପ୍ରଶ୍ନ ହେଲା ଯେ, ୩୦ ତାରିଖ ଅପରାହ୍ନରୁ ୩୧ ସକାଳେ ଘରେ ପହଂଚିବା ମଧ୍ୟରେ ପୀଡିତା କାହିଁକି ନିଜ ଘରକୁ ଫୋନ କରିନଥିଲେ | ଘଟଣାର ଅଭିଯୁକ୍ତମାନଙ୍କୁ ପ୍ରଥମେ ଗିରଫ କରିବାପରେ ପୋଲିସ ଉପରୋକ୍ତ ପ୍ରଶ୍ନର ଉତ୍ତର ନିଶ୍ଚୟ ଖୋଜିବ |

   Related Posts