୧୪ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ ରାଉରକେଲା ପ୍ରଶାସନର କଟକଣା, ଆସିଲେ ୧୪ ଦିନ କ୍ବାରେଣ୍ଟାଇନ୍ ବାଧ୍ୟାତାମୂଳକ, ଦେଖନ୍ତୁ ତାଲିକା

Published By : Prameya-News7 Bureau | July 04, 2020 IST

ରାଉରକେଲା୪/୭: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାର କରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ କରୋନାର ସ୍ଥିତି ଅନୁଧ୍ୟାନ କରି କିଛି ଦାୟିତ୍ବ ଜିଲ୍ଲାପ୍ରଶାସନ ଉପରେ ଛାଡିଛନ୍ତି। ଏହି କ୍ଷମତା ଆଧାରରେ ରାଉରକେଲା ପ୍ରଶାସନ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି। ଉାଉରକେଲା ପ୍ରଶାସନ ୧୪ଟି ଜିଲ୍ଲାର ଲୋକମାନଙ୍କ ଉପରେ କଟକଣା ଲଗାଇଛି।

{"id":295872,"width":570,"height":568,"sizeSlug":"large"}

ଏହି ଜିଲ୍ଳାର ଲୋକମାନେ ରାଉରକେଲା ଆସିଲେ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ରାଉରକେଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।  ଏହି ୧୪ଟି ଜିଲ୍ଲା ହେଉଛି, ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ବଲାଙ୍ଗୀର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ବରଗଡ଼, ମୟୂରଭଞ୍ଜ ଏବଂ ଝାରସୁଗୁଡା। ରାଉରକେଲା ବିଜ୍ଞାପିତ ଅଞ୍ଚଳରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରାଉରକେଲା ପ୍ରଶାସନ ନିର୍ଦ୍ଦେଶନାମା  ଜାରି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.