ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ବର୍ଜ୍ୟ ନାଳରୁ ଏଯାଏ ଉଦ୍ଧାର ହୋଇପାରିଲାନି ୪ ଯୁବକଙ୍କ ମୃତଦେହ

Published By : Prameya-News7 Bureau | June 11, 2018 IST

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ବର୍ଜ୍ୟ ନାଳରୁ ଏଯାଏ ଉଦ୍ଧାର ହୋଇପାରିଲାନି ୪ ଯୁବକଙ୍କ ମୃତଦେହ । ମୃତଦେହ ଠାବ ହୋଇଥିଲେ ବି ଏହାକୁ ଉଦ୍ଧାର କରାଯାଇପାରୁନି । ୪ଟି ମୃତଦେହ ଟନେଲ୍ ପାଣିରେ ବୁଡି ରହିଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି । ମୃତକ ସୁରଜ ସିଂହ, କ୍ରିଷ୍ଣା ବଡାଇକ, ରାଜୁ ନାୟକ ଏବଂ ସୁରଜ କୁମି । ନିଖୋଜ ୫ ଜଣଙ୍କ ମଧ୍ୟରୁ କେବଳ ଗହନ ଲୋହରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଷ୍ଟିଲ ପ୍ଲାଂଟ କତୃପକ୍ଷ ସହଯୋଗ କରିନଥିବା ଅଭିଯୋଗ ଉଠିଛି । ଦୁଇଟି ପ୍ରୋକଲିନ୍ ମେସିନ ଦ୍ବାରା ଟନେଲ ଚାମ୍ବର ଭାଙ୍ଗି ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ଫେଲ ମାରିଛି । ଗତ କାଲି ସଂଧ୍ୟାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ଟନେଲକୁ ବ୍ଲାଷ୍ଟିଙ୍ଗ କରି ମୃତ ହେହ ଉଦ୍ଧାର କରିବାପାଇଁ ଯୋଜନା ଚାଲିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.