Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମୋଗଲ ଶାସନ କାଳର ସବୁଠୁ ସୁନ୍ଦରୀ ସ୍ତ୍ରୀ ଥିଲେ ଏହି ମହିଳା : ବିଷ ଦେଇ ମାରିଦିଆଯାଇଥିଲା ତାଙ୍କୁ : ଜାଣନ୍ତୁ କାହିଁକି

8/06/2019 at 4:02 PM

ମୋଗଲ କାଳରେ ଅନେକ ସୁନ୍ଦରୀ ସ୍ତ୍ରୀ ଜନ୍ମ ନେଇଥିଲେ। କିନ୍ତୁ ଏପରି ଏକ ସୁନ୍ଦରୀ ସ୍ତ୍ରୀ ଥିଲେ ରୋଶନ ଜାରା ଯିଏ ଆଉରଙ୍ଗଜେବଙ୍କ ବଡ଼ ଭଉଣୀ ତଥା ଶାହାଜାହାନଙ୍କ ଝିଅ ଥିଲେ। ରୋଶନ ଜାରା ନିଜ ବାପା ଶାହାଜାହାନଙ୍କୁ ଘୃଣା କରୁଥିଲେ ଯେଉଁଥିପାଇଁ ଶାହାଜାହାନ ତାଙ୍କୁ ବେଶି ଭଲ ପାଉନଥିଲେ। ଯେତେବେଳେ ଆଉରଙ୍ଗଜେବ ଶାହାଜାହାନଙ୍କ ଉପରକୁ ଆକ୍ରମଣ କରିଥିଲେ ସେତେବେଳେ ରୋଶନ ତାଙ୍କୁ ସହାୟତା କରିଥିଲେ।

ଯେତେବେଳେ ଆଉରଙ୍ଗଜେବ ଦିଲ୍ଲୀରେ ଶାସନ କରୁଥିଲେ ସେତେବେଳେ ରୋଶନ ଦିଲ୍ଲୀ ବାହାରେ ଏକ ସୁନ୍ଦର ମହଲ କରିଥିଲେ। ସେଠାରେ ରହୁଥିବା ଆଉରଙ୍ଗଜେବ ମଧ୍ୟ ମୋଗଲ ପରମ୍ପରା ଅନୁସାରେ ନିଜ ଝିଅ ଏବଂ ଭଉଣୀଙ୍କ ବିବାହ କରାଇନଥିଲେ।

ସେହି ସମୟରେ ରୋଶନ ଏହି ମହଲରେ ଚାକରମାନଙ୍କ ସହ ଯୈାନ ସମ୍ପର୍କ ସ୍ଥାପନ କରୁଥିଲା। ଆଉରଙ୍ଗଜେବଙ୍କୁ ଏହା ବିଷୟରେ ଜଣା ପଡ଼ିବାରୁ ସେ ତୁରନ୍ତ ରୋଶନ ଜାରାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ।

ଆଉରଙ୍ଗଜେବ ରୋଶନ ଜାରାଙ୍କ ଖାଦ୍ୟରେ ବିଷ ମିଶାଇ ମୃତ୍ୟୁ ଦଣ୍ଡ ସାର୍ବଜନିକ ଭାବେ ଘୋଷଣା କରିଥିଲେ। ଏହା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହିକି ​‌ଯେ ଭବିଷ୍ୟତରେ କୈାଣସି ରାଜକୁମାରୀ ଏହି ପଦକ୍ଷେପ ନେବେ ନାହିଁ।

   Related Posts