Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଗୋଲାପ ଚା’ ପିଇଲେ ଚମକିବ ତ୍ବଚା ,କମିବ ଓଜନ

25/07/2020 at 2:30 PM

ତ୍ବଚାର ଚମକ ପାଇଁ ଆପଣ ନିଜ ସ୍କିନ୍ ରୁଟିନରେ ଗୋଲାପ ଜଳ ପ୍ରୟୋଗ କରନ୍ତି। ଗୋଲାପ ଜଳରୁ ତ୍ବଚାକୁ ଅତ୍ୟଧିକ ଲାଭ ମିଳିଥାଏ। ତ୍ବଚାରେ ଗୋଲାପ ଲଗାଇବାର ତ ଅନେକ ଫାଇଦା ରହିଛି କିନ୍ତୁ ଯଦି ଆପଣ ଏହାକୁ ଖାଇବା ପାଇଁ ବ୍ୟବହାର କରୁଛନ୍ତି ତେବେ ମଧ୍ୟ ଆପଣଙ୍କୁ ଭରପୂର ଫାଇଦା ମିଳିଥାଏ। ଗୋଲାପ ଖାଇବା ଦ୍ବାରା ଆପଣଙ୍କୁ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଲାଭ ହୋଇପାରେ। ଆମେ ସାଧାରଣତଃ ଗୋଲାପ ଜଳକୁ କସମେଟିକ୍ ରୂପକୁ ବ୍ୟବହାର କରିଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଲାପ ଚା’ ବିଷୟରେ କହିବାକୁ ଯାଉଛୁ।

times of india

ଗୋଲାପ ଚା’ ଦ୍ବାରା ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ। ଓଜନ କମଠୁ ନେଇ ତ୍ବଚାରେ ଚମକ ଆଣିବାର କାମ କରୁଥିବା ଏହି ଚା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଗୋଲାପ ପାଖୁଡ଼ାରେ ଆପଣ କିପରି ଗୋଲାପ ଚା’ କରି ପାରିବେ।

ଗୋଲାପ ଚା’ ପ୍ରସ୍ତୁତ କରିବାର ଉପାୟ :

୧. ଆପଣ ୧କପ୍ ଗୋଲାପ ପାଖୁଡ଼ା ନିଅନ୍ତୁ।

୨. ଯଦି ଆପଣ ୩-୪ଜଣଙ୍କ ପାଇଁ ଚା’ କରୁଛନ୍ତି ତେବେ ଆପଣ ୩କପ୍ ପାଣି ନିଅନ୍ତୁ।

୩.  ଏଥିରେ ଆପଣ ସ୍ବାଦ ଅନୁସାରେ ଚିନି ମିଶାନ୍ତୁ।

୪. ଏଥିରେ ଡାଲଚିନିର ଛୋଟ ଛୋଟ ଟୁକୁରା ମଧ୍ୟ ମିଶାଇ ପାରିବେ।

୫. ଗୋଲାପ ଚା’ ପ୍ରସ୍ତୁତ କରିବା ପୂର୍ବରୁ ଆପଣ ପାଖୁଡ଼ାକୁ ଭଲ ଭାବେ ଧୋଇ ନିଅନ୍ତୁ ଯାହା ଦ୍ବାରା ଏହା ସଫା ହୋଇଯିବ।

୬. ଏହା ପରେ ଏହି ପାଖୁଡ଼ାକୁ ଏକ ପ୍ୟାନରେ ପକାନ୍ତୁ ଏବଂ ଏଥିରେ ପାଣି ମିଶାନ୍ତୁ ଏବଂ ଏହାକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ।

୭. ଏହା ଭଲ ଭାବେ ଫୁଟିଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ।

୮.ଆପଣ ଚାହିଁଲେ ଏଥିରେ ଅଦା ମିଶାଇ ପାରିବେ।

୯. ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗୋଲାପ ଚା’।

ଗୋଲାପ ଚା’ରେ ସେବନ ଦ୍ବାରା ମିଳୁଥିବା ଲାଭ:

୧.  ଗୋଲାପ ଚା’ ଓଜନ କମ୍ କରିଥାଏ।

୨. ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିଥାଏ।

୩. ଦାଗମୁକ୍ତ ଏବଂ ବ୍ରଣ ସମସ୍ୟାରୁ ମୁକ୍ତି ଦେଇଥାଏ।

୪. ଆପଣଙ୍କ ତ୍ବଚାରେ ଚମକ ଆଣିଥାଏ।

୫. ଶରୀରରେ ଆର୍ଦ୍ରତା ରହିଥାଏ।

୬.ମାନସିକ ଚିନ୍ତା କମ୍ ହୋଇ ଯାଇଥାଏ।

୭. ରକ୍ତ ସଞ୍ଚାରଣ ଠିକ୍ ହୋଇଥାଏ।

   Related Posts