Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପ୍ରେମର ସଂକେତ, କିନ୍ତୁ ବାସ୍ନାରେ ନିଦ ହୋଇଯିବ….

1/02/2020 at 5:14 PM

ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଗୋଲାପ ଫୁଲ ହେଉଛି ଆକର୍ଷଣର କେନ୍ଦ୍ର। ସବୁ ଫୁଲ ମଧ୍ୟରୁ ଗୋଲାପ ଫୁଲର ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଲୋକଙ୍କ ମନକୁ ଶାନ୍ତି ଦେଇଥାଏ। ଏହି ଫୁଲ ଦେଖିବା ମାତ୍ରେ ଅଧିକାଂଶ ଲୋକ ଖୁସି ହୁଅନ୍ତି। ଗୋଲାପ ଫୁଲ କୋମଳ ଓ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଗୋଲାପ ଏକ ଏମିତି ଫୁଲ ଯାହା ଅତ୍ୟନ୍ତ ମନଲୋଭା ହୋଇଥାଏ। କିଏ ଗୋଲାପ ଦେଇ ପ୍ରେମ ନିବେଦନ କରେ ତ କିଏ ନିଜ ମନର ଭାବନା ପ୍ରକାଶ କରେ।

ରିର୍ସଚ୍ଚ ଦ୍ବାରା ଜଣା ଜଣା ପଡିଛି ଯେ, ଗୋଲାପର ସୁଗନ୍ଧ ଯୋଗୁଁ ଭଲ ନିଦ ହେବା ସହ ପଢିବାର ସ୍ପୃହା ବଢାଏ। ଏଥିପାଇଁ ଗବେଷକଙ୍କ କହିବା ଅନୁସାରେ ଏହି ପ୍ରକ୍ରିୟାକୁ ପ୍ରତିଦିନ କରିବା ଉଚିତ୍‌। ଜର୍ମାନୀରେ ଅନେକ ଛାତ୍ର ଛାତ୍ରୀଙ୍କ ଉପରେ ଏହି ପ୍ରକ୍ରିୟାର ଅନୁଧ୍ୟାନ କରାଯାଇଥିଲା। ଶୋଇବା ଓ ପଢିବା ସମୟରେ ସେମାନଙ୍କ ନିକଟରେ ଗୋଲାପ ବାସ୍ନାର ଧୂପକାଠି ରଖାଯାଉଥିଲା।

କିଛିଦିନ ବ୍ୟବଧାନରେ ଏହି ପ୍ରକ୍ରିୟାର ପରିଣାମ ସାମ୍ନାକୁ ଆସିଥିଲା। ଏହି ପ୍ରକ୍ରିୟା ଦ୍ବାରା ଜଣା ପଡିଥିଲା ଯେ, ସେମାନଙ୍କ ଶିକ୍ଷାଗତ ବିକାଶ ଘଟିଥିଲା। ସୂଚନାଯୋଗ୍ୟ ଯେ, ଏହି ଗୋଲାପ ବାସ୍ନା ସ୍ମରଣ ଶକ୍ତି ମଧ୍ୟ ବଢାଏ। ଯାହା ପାଠପଢା ପିଲାଙ୍କ ଭବିଷ୍ୟତରେ ସଫଳତା ଆଣିବାରେ ସହଯୋଗ କରିବ। ଏହି ସୁଗନ୍ଧ ଦ୍ବାରା ନିଜ ହେଉନଥିବା ଲୋକମାନେ ମଦ୍ୟ ଉପକୃତ ହୋଇଥାନ୍ତି। ସେମାନଙ୍କୁ ଭଲ ନିଦ ହୋଇଥାଏ। ତେଣୁ ଗୋଲାପ ଫୁଲ କେବଳ ପ୍ରେମ ନୁହେଁ ବରଂ ନିଜର ବିକାଶ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

   Related Posts