Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଋଷର ବଡ଼ ଘୋଷଣା: ମହାକାଶରେ ସୁଟିଂ ହେବାକୁ ଯାଉଛି ପ୍ରଥମ ଫିଲ୍ମ, ସ୍ପେସ୍‌ ଯିବେ ଅଭିନେତ୍ରୀ ୟୁଲିଆ

14/05/2021 at 10:17 PM

ନୂଆଦିଲ୍ଲୀ ୧୪/୫:  କରୋନା କାଳରେ ଋଷ ଆଉ ଏକ ବଡ଼ ଉପଲବ୍ଧି ପାଇବାକୁ ଯୋଜନା କରୁଛି। ମହାକାଶରେ ଫିଚର ଫିଲ୍ମି ସୁଟିଂ କରି ଦୁନିଆ ପାଇଁ ଉଦାହରଣ ସାଜିବାକୁ ଯାଉଛି ଋଷ। ଋଷ ସରକାର ନିଜ ଦେଶର ଜଣେ ଅଭିନେତ୍ରୀ ଏବଂ ଜଣେ ନିର୍ଦେଶକଙ୍କୁ ମହାକାଶ ପଠାଇବାକୁ ଯୋଜନା କରୁଛନ୍ତି। ମସ୍କୋ ନିଜର ମହାକାଶ ପରିଯୋଜନାକୁ ପୁଣି ଥରେ ସୁଦୃଢ଼ କରିବାକୁ ଚାହୁଁଛି। ସୋଭିଏତ  ସଂଘରେ ଦୁର୍ନିତୀ ହେବା ଏବଂ ଏହାକୁ ଆମେରିକୀୟ ମହାଧନୀ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ ନେବା ପରେ ଋଷୀୟ ମହାକାଶ ସଂସ୍ଥା ଦୁର୍ବଳ ହୋଇପଡ଼ିଛି। ଗତବର୍ଷ ନାସା ଆମେରିକୀୟ ଅଭିନେତା ଟମ୍‌ କ୍ରୁଜ୍‌ଙ୍କ ସହ ଏକ ଟିମ୍‌ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌ ପଠାଇବା ନେଇ ଘୋଷଣା କରିଥିଲା। ଏହା ପରେ ଗୁରୁବାର ଋଷିଆ ସ୍ପେସ୍‌ ଏଜେନ୍ସି ନିଜ ଫିଲ୍ମ ପ୍ରୋଜେକ୍ଟ ନେଇ ଘୋଷଣା କରିଛି।  

ଋଷିଆ ‘ସ୍ପେସ୍‌ ଡ୍ରାମା’ ଯାହାର ବର୍ତ୍ତମାନର ନାଁ ’ଚ୍ୟାଲେଞ୍ଜ’ ରଖାଯାଇଛି ଏଥିରେ ୩୬ ବର୍ଷୀୟା ଲୋକପ୍ରିୟ ଅଭିନେତ୍ରୀ ୟୁଲିଆ ପରସିଲ୍ଡ, ୩୭ ବର୍ଷୀୟ ନିର୍ଦେଶକ କ୍ଲିମ୍‌ ଶିପେଙ୍କୋ ଏବଂ ଜଣେ ଅଭିନେତା ରହିବେ ବୋଲି ଋଷୀୟ ସ୍ପେସ୍‌ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି। ଶୂନ୍ୟ ଗ୍ରାଭିଟିରେ ଯାତ୍ରା କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଫିଲ୍ମର ସହ-ପ୍ରଯୋଜକ ଋଷକସମସ୍‌ର ମୁଖ୍ୟ ଦାମିଟ୍ରି ରୋଗୋଜିନ୍‌ ରହିବେ। ଏହା ସହ ଜଣେ ଜାପାନୀଜ୍‌ ମହାଧନୀ ୟୁସାକୁ ମାୟେଜ୍ବାଓ୍ବାଙ୍କୁ ଆଇଏସଏସ୍‌ (ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌)କୁ ଡିସେମ୍ବରରେ ପଠାଇବ ସ୍ପେସ୍‌ ଏଜେନ୍ସି।  

ମାୟେଜ୍ବାଓ୍ବା କାଜାକାସ୍ତାନ ଏୟାରବେସ୍‌ରୁ ସୋୟୋଜ୍‌ ଏମଏସ୍‌-୨୦ ସ୍ପେସ୍‌କ୍ରାଫ୍ଟ ମାଧ୍ୟମରେ ମହାକାଶ ଯାତ୍ରା କରିବେ। ତେବେ ମହାକାଶରେ ଜୀବନ କେମିତି ବୋଲି ଜାଣିବାକୁ ମାୟେଜ୍ବାଓ୍ବା ବେଶ ଖୁସିଥିବା ଜଣାପଡ଼ିଛି। କିନ୍ତୁ ଏହା ପୂର୍ବରୁ ୮ ଜଣିଆ ଟିମ୍‌ଙ୍କ ସହ ଏଲ୍‌ନ ମସ୍କଙ୍କ ସ୍ପେସ୍‌ ଏକ୍ସ ସ୍ପେସ୍‌କ୍ରାଫ୍ଟରେ ୨୦୨୩ରେ ମହାକାଶ ଯିବାକୁ ଘୋଷଣା କରିଥିଲେ ମାୟେଜ୍ବାଓ୍ବା।

୨୦୦୯ ପରେ ପ୍ରଥମ ବ୍ୟକ୍ତି ଭାବେ ମାୟେଜ୍ବାଓ୍ବା ଆଇଏସଏସ୍‌ ଯାତ୍ରା କରିବେ । ମହାକାଶ ଯାତ୍ରୀ  ୨୦ ମିଲିୟନ ଡଲାରରୁ ୩୫ ମିଲିୟନ ଡଲାର ମଧ୍ୟରେ ଦେବେ ବୋଲି ଫୋର୍ବସ୍‌ ମାଗାଜିନ୍‌ର ଏକ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ମାୟେଜ୍ବାଓ୍ବା ସ୍ପେସ୍‌କ୍ରାଫ୍ଟ ପାଇଁ କେତେ ଖର୍ଚ୍ଚ ହେବ ସେନେଇ କିଛି ଜଣାପଡ଼ିନାହିଁ। ଋଷ ନିଜର ପ୍ରଥମ ଉପଗ୍ରହ ୪ ଅକ୍ଟୋବର ୧୯୫୭ରେ ମହାକାଶକୁ ଛାଡ଼ିଥିଲା।

   Related Posts