ନୈନିତାଲରୁ ଟ୍ରେନିଂ ସାରି ଫେରୁଥିବାବେଳେ କେନାଲକୁ ଖସିଗଲା କାର୍ : ତହସିଲଦାରଙ୍କ ସମେତ ୩ଜଣ ମୃତ

Published By : Prameya-News7 Bureau | October 11, 2020 IST

ବିଜନୌର ୧୧/୧୦: ଉତ୍ତରପ୍ରଦେଶର ବିଜନୌରରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଭୀଷଣ ଦୁର୍ଘଟଣାରେ ରୁରକିର ତହସିଲଦାର ସୁନୈନା ରାଣା,ତାଙ୍କ ଡ୍ରାଇଭର ଏବଂ ଭୃତ୍ୟ ସମେତ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି।

{"id":342446,"sizeSlug":"large"}

ଦୁର୍ଘଟଣାଟି ବିଜନୌରର ନଜିବାବାଦରୁ ୪କିଲୋମିଟର ପୂର୍ବରୁ ସରବନପୁର କେନାଲର ପୋଲରେ ଘଟିଛି। ଏଠାରେ କାର୍ ଭାରସାମ୍ୟ ହରାଇ ରେଲିଂ ଭାଙ୍ଗି କେନାଲରେ ଖସି ଯାଇଥିଲା। ସୂଚନା ମିଳିବାରୁ ପ୍ରଶାସନ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

{"id":342447,"sizeSlug":"large"}

ସୂଚନା ଅନୁଯାୟୀ ରୁରକିର ତହସିଲଦାର ସୁନୈନା ରାଣା ଶନିବାର ନିଜ ଭୃତ୍ୟ ଓମପାଲ ଏବଂ ଡ୍ରାଇଭର ସୁନ୍ଦର ସିଂହଙ୍କ ସହ ନୈନିତାଲରୁ ରୁରକି ଫେରୁଥିଲେ। ଏହି ସମୟରେ ସରକାରୀ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ବିଳମ୍ବିତ ରାତିରେ ଘଟିଥିବା ଘଟଣା ଯୋଗୁଁ ପୋଲିସ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା। ସୂଚନା ପାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗାଡ଼ିକୁ କ୍ରେନ୍ ସହାୟତାରେ ବାହାର କରାଯାଇଥିଲା।

{"id":342448,"sizeSlug":"large"}

ତହସିଲଦାର ସୁନୈନା ରାଣା ନୈନିତାଲରୁ ଏକ ଟ୍ରେନିଂ ସାରି ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

{"id":342449,"sizeSlug":"large"}

ଘଟଣାର ସୂଚନା ପାଇ ତହସିଲଦାର ସମେତ ୩ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.