Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଏହି ହ୍ରଦରେ ମାଛ ବଦଳରେ ପହଁରିଥାଆନ୍ତି ମୁଣ୍ଡ ନଥିବା ମଣିଷ : ଜାଣନ୍ତୁ କେଉଁଠି?

12/03/2019 at 3:00 PM

ଲୋକଙ୍କୁ ବୁଲିବାକୁ ଯେତେ ଭଲ ଲାଗିଥାଏ ତା’ଠରୁ ବେଶୀ ସେହି ସ୍ଥାନର ରୋମାଞ୍ଚକ କାହାଣୀ ଲୋକଙ୍କୁ ଆକୃଷ୍ଟ କରିଥାଏ। ସବୁସ୍ଥାନର କିଛି ନା କିଛି ମହତ୍ତ୍ବ ରହିଥାଏ। ଏପରି ଏକ ସ୍ଥାନ ଉତ୍ତରାଞ୍ଚଳ ରାଜ୍ୟରେ ରହିଛି ଯାହା କଙ୍କାଳ ହ୍ରଦ ନାମରେ ପ୍ରସିଦ୍ଧ। ଏହାକୁ ରୂପକୁଣ୍ଡ ହ୍ରଦ କହନ୍ତି। ଏହା ଏକ ବରଫପୂର୍ଣ୍ଣ ହ୍ରଦ ଅଟେ। ପ୍ରତି ବର୍ଷ ଯେତେବେଳେ ଏହି କଙ୍କାଳ ହ୍ରଦ ନିକଟରେ ବରଫ ତରଳିଥାଏ ସେତେବେଳେ ସେଠାରେ ଶହ ଶହ ଖପୁରୀ ଦେଖାଯାଇଥାଏ। ହିମାଳୟରେ ପାଖାପାଖି ୫୦୨୯ମିଟର ଉଚ୍ଚତାରେ ଥିବା ଏହି କଙ୍କାଳ ହ୍ରଦର କୂଳରେ ପାଞ୍ଚଶହରୁ ବି ଅଧିକ ଖପୁରୀ ଦେଖିବାକୁ ମିଳେ।

ରୂପକୁଣ୍ଡକୁ ରହସ୍ୟମୟ ହ୍ରଦ ଭାବେ ଜଣାଯାଏ। ହ୍ରଦ ଚାରିପାଖରେ ଗ୍ଲାସିୟର ଏବଂ ବରଫାବୃତ ପାହାଡ଼ ରହିଛି। ପ୍ରତି ବର୍ଷ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ରୂପକୁଣ୍ଡରେ ପ୍ରତି ୧୨ବର୍ଷରେ ଥରେ ହେଉଥିବା ନନ୍ଦା ଦେବୀ ରାଜ ଯାତ ଯାତ୍ରାରେ ଭାଗ ନେବା ପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାଆନ୍ତି। ଏହି ସମୟରେ ନନ୍ଦାଦେବୀଙ୍କୁ ପୂଜା କରାଯାଇଥାଏ।

ଏହି ହ୍ରଦରେ ଏତେ କଙ୍କାଳ କେଉଁଠି ଆସିଲା? ଏହି କଥା ଲୋକଙ୍କ ମନରେ କୈାତୁହଳ ସୃଷ୍ଟି କରେ। ଏହି ବିଷୟରେ ଅନେକ କାହାଣୀ ଶୁଣିବାକୁ ମିଳେ।

ବୈଜ୍ଞାନିକଙ୍କ କହିବାନୁସାରେ ହ୍ରଦ ପାଖରେ ମିଳିଥିବା ପାଖାପାଖି ୨୦୦ଟି କଙ୍କାଳ ନଅ ଦଶକର ଭାରତୀୟ ଆଦିବାସୀଙ୍କର,ଯେଉଁମାନେ ବରଫ ଝଡ଼ରେ ମୃତ୍ୟୁବରଣ କରିଥିଲେ। ଏହି କଙ୍କାଳଗୁଡ଼ିକୁ ସର୍ବ ପ୍ରଥମେ ୧୯୪୨ମସିହାରେ ଜଣେ ବ୍ରିଟିଶ ଫରେଷ୍ଟ ଗାର୍ଡ଼ ଦେଖିଥିଲେ।

ପ୍ରଥମେ କୁହାଯାଉଥିଲା ଏହି ନର କଙ୍କାଳ ସେହି ଜାପାନୀ ସୈନିକଙ୍କ ଯେଉଁମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ରାସ୍ତା ଦେଇ ଅତିକ୍ରମ କରିଥିଲେ। କିନ୍ତୁ ଏବେ ବୈଜ୍ଞାନିକମାନେ କହୁଛନ୍ତି ଯେ ଏହି କଙ୍କାଳ ୮୫୦ଖ୍ରୀଷ୍ଟାବ୍ଦରେ ଆସିଥିବା ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ଲୋକଙ୍କର।   

     

   Related Posts