ପୁଅର ଦୁର୍ଘଟଣା ପରେ ରୂପା ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ ଟ୍ବିଟ୍ : କହିଲେ ଏ ସବୁ ରାଜନୈତିକ ଖେଳ

Published By : Prameya-News7 Bureau | August 17, 2019 IST

 ନୂଆଦିଲ୍ଲୀ ୧୭/୮: ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲିଙ୍କ ପୁଅଙ୍କର ଗତ ଗୁରୁବାର ରାତିରେ ସଡ଼କ ଦୁର୍ଘଟଣା ହୋଇଥିଲା,ଯେଉଁଥିରେ ଅଳ୍ପକେ ତାଙ୍କର ଜୀବନ ବଞ୍ଚିଯାଇଥିଲା। ରୂପାଙ୍କ ପୁଅ ଆକାଶ ମୁଖାର୍ଜୀଙ୍କ ଦ୍ରୃତ ଗତିରେ ଚାଲୁଥିବାବେଳେ ଅନିୟନ୍ତ୍ରିତ ହୋଇ କାନ୍ଥରେ ଧକ୍କା ହୋଇଥିଲା। କିନ୍ତୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଦୁର୍ଘଟଣା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ଆକାଶ ମୁଖାର୍ଜୀ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିଲେ,ଯାହା ଫଳରେ ପୋଲିସ୍ ତାଙ୍କୁ ଗିରଫ କରିଛି ଏବଂ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

{"id":145193}

୨୧ବର୍ଷ ବୟସ୍କ ଆକାଶ ମୁଖାର୍ଜୀଙ୍କ ବିରୋଧରେ ଆଇପିସିର ଧାରା ୪୨୭,୨୭୯ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହା ପରେ ରୂପା ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ୍ କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ‘ ତାଙ୍କ ଘର ପାଖରେ ତାଙ୍କ ପୁଅଙ୍କ ଦୁର୍ଘଟଣା ହୋଇଛି,ଏହାପରେ ସେ ପୋଲିସଙ୍କୁ ଡାକିଥିଲେ ଏବଂ ଏହି ମାମଲାରେ ଦେଖିବାକୁ କହିଥିଲେ,ତାଙ୍କ ସହ କୈାଣସି ପ୍ରକାରର ବ୍ୟକ୍ତିଗତ ସାହାଯ୍ୟ ମାଗିନଥିଲେ। ସେ ତାଙ୍କ ପୁଅକୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଯତ୍ନ ନେବେ। କିନ୍ତୁ ଆଇନକୁ ମଧ୍ୟ ନିଜ କାମ କରିବା ଉଚିତ୍। ରୂପା ଆହୁରି ମଧ୍ୟ ଲେଖିଛନ୍ତି ଯେ ମୁଁ ଭୁଲ କାମ କରେ ନାହିଁ,ସହେ ନାହିଁ ।’

{"id":145194}

ଏହା ବ୍ୟତୀତ ରୂପା ଗାଙ୍ଗୁଲି ଆଉ ଏକ ଟ୍ବିଟ୍ କରିଛନ୍ତି ‘ ବିଚିତ୍ର ଉପହାସ ଚାଲିଛି,ସେ ତାଙ୍କ ପୁଅ ସହ ଦ୍ବିପ୍ରହର ୩ଟାରେ କଥା ହୋଇଥିଲେ,ତାଙ୍କ ପୁଅକୁ ପଚାରଥିଲେ ଯେ ସେ ଖାଇଛନ୍ତି କି ନାହିଁ। କିନ୍ତୁ ଏବେ ତାଙ୍କୁ ମିଡିଆରୁ ବିଚିତ୍ର କଥା ଶୁଣିବାକୁ ମିଳୁଛି। ସେ ଆଜି ସକାଳେ ୭:୫୦ରେ ଫ୍ଲାଇଟରେ ବାହାରେ ଗଲା,ପ୍ରକୃତରେ ଏସବୁ କ’ଣ ରାଜନୈତିକ ଖେଳ ଅଟେ।’

{"id":145195}

ପଶ୍ଚିମ ବଙ୍ଗରେ ରୂପା ଗାଙ୍ଗୁଲି  ଭାରତୀୟ ଜନତା ପାର୍ଟିର ଜଣେ ଚର୍ଚ୍ଚିତ ଚେହେରା। ରୂପା ଗାଙ୍ଗୁଲି ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗାୟିକା ଏବଂ ଅଭିନେତ୍ରୀ ଭାବେ କାମ କରିସାରିଛନ୍ତି। ସେ ୨୦୧୫ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ୨୦୧୬ମସିହାରେ ପଶ୍ଚିମ ବଙ୍ଗରେ ସେ ବିଧାନ ସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଟିଏମସିର ଲକ୍ଷ୍ମୀ ରତନ ଶୁକ୍ଳାଙ୍କ ସମ୍ମୁଖରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.