Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କରୋନା ସଙ୍କଟରେ ନୃଶଂସ ସାଜିଲେ ଘରମାଲିକ, ଭଡ଼ାଟିଆଙ୍କୁ ଲୁହାରଡ଼ରେ ପିଟିଲେ

18/05/2020 at 3:11 PM

ଭୁବନେଶ୍ୱର ୧୮।୦୫ : ଲକ୍‌ଡାଉନ୍‌ ପ୍ରଭାବରୁ ଚାରିଆଡ଼େ ମାନ୍ଦାବସ୍ଥା । ଅନେକ କ୍ଷେତ୍ରରେ ବେରୋଜଗାରୀ ବଢ଼ିଛି । ଏହି ମାନ୍ଦାବସ୍ଥା ଆର୍ଥିକ ବ୍ୟବସ୍ଥାକୁ ଦୁର୍ବଳ କରୁଛି । ଏପରିସ୍ଥଳେ ଭଡ଼ାଟିଆଙ୍କ ପ୍ରତି କଠୋର ମନୋଭାବ ନ ଦେଖାଇବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି । ହେଲେ ରାଜଧାନୀର ଜଣେ ଘର ମାଲିକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ସାମାନ୍ୟ ବିଜୁଳି ବିଲ୍‌ ନ ଦେବା ଯୋଗୁ ଭଡ଼ାଟିଆଙ୍କୁ ଲୁହା ରଡରେ ପିଟିଥିବା ଅଭିଯୋଗ ହୋଇଛି । ଏନେଇ ଭଡାଟିଆ ତଥା କେ. ଲିଙ୍ଗରାଜ କ୍ୟାପିଟାଲ ଥାନା ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

କେ. ଲିଙ୍ଗରାଜଙ୍କ ଅଭିଯୋଗ ମୁତାବକ, ସେ ଜଣେ ଟାଟା ଏସି ଡ୍ରାଇଭର । ତାଙ୍କ ସ୍ତ୍ରୀ କେ ମୌସୁମୀଙ୍କ ସହ ସେ ଗଙ୍ଗନଗର ଛକ ବନଦୁର୍ଗା ମନ୍ଦିର ଗଳିରେ ଜଣଙ୍କ ଘରେ ଭଡାସୂତ୍ରରେ ରହୁଛନ୍ତି । ମାସକୁ ଭଡ଼ା ବାବଦରେ ସେ ସାଢ଼େ ୩ ହଜାର ଟଙ୍କା ଘରମାଲିକଙ୍କ ନିକଟରେ ପୈଠ କରନ୍ତି । ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ନ ଥିବାରୁ ସେ ଦୁଇମାସର ଘରଭଡ଼ା ଦେଇନଥିଲେ । ଘର ମାଲିକ ତାଙ୍କୁ ବାରମ୍ବାର ଘରଭଡ଼ା ମାଗୁଥିଲେ । ଶେଷରେ ଲିଙ୍ଗରାଜ ଭଡ଼ା ଟଙ୍କା ଯୋଗାଡ଼ କରି କିଛି ଦିନ ତଳେ ଘରମାଲିକଙ୍କୁ ଧରାଇଥିଲେ । ଆଉ ବକେୟା ବିଜୁଳି ବିଲ୍‌ ପାଇଁ କିଛି ଦିନ ଅଧିକ ସମୟ ମାଗିଥିଲେ । ଲିଙ୍ଗରାଜଙ୍କ ସ୍ଥିତି ବୁଝିବା ବଦଳରେ ଘରମାଲିକଙ୍କ ପୁଅ ତାଙ୍କୁ ଗାଳିଗୁଳଜ କରିଥିଲେ । କେ. ଲିଙ୍ଗରାଜ କିନ୍ତୁ ପରିସ୍ଥିତି ଯୋଗୁଁ କିଛି ଉତ୍ତର ଦେଇ ଚୁପ୍‌ ରହିଥିଲେ ।  

ଆଜି ଉକ୍ତ ବିଜୁଳି ବିଲ୍‌ ମାଗିବାକୁ ତାଙ୍କ ଦୁଇ ପୁଅ ସହ ଘରମାଲିକ ଲିଙ୍ଗରାଜଙ୍କ ଘରକୁ ଯାଇଥିଲେ । ସେଠାରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଘର ମାଲିକଙ୍କ ଦୁଇ ପୁଅ ଏକ ଲୁହା ରଡ୍‌ ଯୋଗେ ଲିଙ୍ଗରାଜଙ୍କ ମୁଣ୍ଡ ଓ ହାତକୁ ପିଟିଥିଲେ । ଏମିତିକି ତାଙ୍କ ଘର ତାଲା ପକାଇ ସ୍ତ୍ରୀଙ୍କୁ ବାହାରକୁ ତଡି ଦେଇଥିଲେ । ଆଖପାଖ ଲୋକ ଘଟଣାସ୍ଥଳରେ ଜମା ହେବାରୁ ଘରମାଲିକ ଓ ତାଙ୍କ ଦୁଇ ପୁଅ ଘଟଣାସ୍ଥଳରୁ ପଳାଇଥିଲେ ।  

କେ ଲିଙ୍ଗରାଜ ହସ୍ପିଟାଲରୁ ଚିକିତ୍ସା ହୋଇ ଫେରିବା ପରେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଘର ତାଲା ଭାଙ୍ଗି ରହିବାକୁ ଅନୁମତି ଦେଇଛି । ଘରମାଲିକଙ୍କୁ ତାଗିଦ୍‌ କରି ଛାଡି ଦେଇଛି । ତେବେ ଆକ୍ରମଣ ନେଇ ଅଭିଯୋଗ କରିବା ସତ୍ତେ୍ୱ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଚକିତ କରିଛି । ଘଟଣା ସମ୍ପର୍କରେ ଘରମାଲିକ ସଫେଇ ଦେଇଛନ୍ତି, କେ. ଲିଙ୍ଗରାଜ ବର୍ଷେ ଧରି ମାଗଣାରେ ରହୁଛନ୍ତି । ଟଙ୍କା ମାଗିବାରୁ ଧମକ ଚମକ ଦେଉଛନ୍ତି । ଏନେଇ ପୁଲିସ ତଦନ୍ତ କରୁ ।

   Related Posts