ବ୍ୟାଙ୍କକୁ ଆସିଥିବା ମହିଳାଙ୍କ ମୁଣ୍ଡରେ ଖସି ପଡିଲା ଛାତ, ମହିଳା ଗୁରୁତର
21/09/2019 at 9:05 PM

ବଲାଙ୍ଗୀର – ବଲାଙ୍ଗୀର ଖଦାଲପଡାରେ ଥିବା କାନାରା ବ୍ୟାଙ୍କର ଛାତ ଜଣେ ମହିଳାଙ୍କ ମୁଣ୍ଡ ଉପରେ ଖସି ପଡିଛି । ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଗୁରୁତର ହୋଇଛନ୍ତି । ଆହତ ମହିଳାଙ୍କୁ ଚିକିତ୍ସାପାଇଁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏସ୍ଏସ୍ଜି ଗ୍ରୁପର ଜଣେ ମହିଳା ବ୍ୟାଙ୍କକୁ ଋଣ କରିବା ପାଇଁ ଆସିଥିଲେ । ଏତିକେ ବେଳେ ବ୍ୟାଙ୍କର ପ୍ରବେଶ ଦ୍ୱାରରେ ଥିବା ଛାତ ହଠାତ୍ ଖସି ପଡିଥିଲା । ମହିଳା ଜଣଙ୍କ ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ବେଳେ ଆହତ ହୋଇଛନ୍ତି ।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021