ବିଷ୍ଣୁ ଗାର୍ଡେନ ଅଞ୍ଚଳରେ ହଠାତ ଗଳି ପଡିଲା ଛାତ: ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ, ୨ ଆହତ

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯/୧୨ : ଦେଶର ରାଜଧାନୀ ନୂଆଦିଲ୍ଲୀରୁ ଏକ ବଡ ଖବର ଆସିଛି। ଖ୍ୟାଲା ବିଷ୍ଣୁ ଗାର୍ଡେନ ଅଞ୍ଚଳରେ ଏକ ଘର ଛାତ ହଠାତ ପଡିଗଲା। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି | ଭଙ୍ଗ ଛାତ ତଳେ ଚାପିହୋଇ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୪ଜଣଙ୍କ ଜୀବନ ଚାଲିଗଲା। ସୂଚନା ଅନୁଯାୟୀ, ଏକ କୋଠାର ଗ୍ରାଉଣ୍ଡ ଫ୍ଲୋରରେ ଗିୟର ଓ ବାଇଂଣ୍ଡିଙ୍ଗ କାରଖାନା ଥିଲା। ସ୍ଲାପ୍ ପକାଇ କୋଠାର ଛାତ ପକାଯାଇଥିଲା। ଦୁର୍ଘଟଣା ସମୟରେ ଶ୍ରମିକମାନେ ଗ୍ରାଉଣ୍ଡ ଫ୍ଲୋରରେ କାମ କରୁଥିଲେ। ସେଥିପାଇଁ ଛାତ ତଳେ ଚାପି ହୋଇଯାଇଥିଲେ।

{"id":379541,"sizeSlug":"large","linkDestination":"none"}

ଅତିରିକ୍ତ ଡିସିପି ସୁବୋଧ ଗୋସ୍ୱାମୀ ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ଜଣକୁ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲରେ ଓ ଅନ୍ୟ ୫ଜଣଙ୍କୁ ଡ଼ିଡ଼ିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି।

{"id":379544,"sizeSlug":"large","linkDestination":"none"}

କିଛି ସମୟ ପୂର୍ବରୁ ଆଉ ଏକ ଖବର ଆସିଥିଲା। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସାଗରପୁର ଥାନା ଅଞ୍ଚଳରେ ଶନିବାର ସକାଳେ ଏକ କୋଠାର ଗ୍ରାଉଣ୍ଡ ଫ୍ଲୋରରେ ହାଥ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଅଣନିଶ୍ୱାସୀ ହୋଇ ଦୁଇ ନିରୀହ ଭାଇଙ୍କ ମୃତ୍ୟୁ ହୋଇଛି। ଦୁଇ ଶିଶୁଙ୍କ ବୟସ ୫ ବର୍ଷ ଓ ୬ ବର୍ଷ। ଯେଉଁ ଫ୍ଲୋରରେ ଅଗ୍ନିକାଣ୍ଡ ଘଟିଥିଲା ସେହି ଫ୍ଲୋରରେ ଶିଶୁଙ୍କ ପିତା ହାୱାଇ ଚପଲ ତିଆରି କରିବା କାମ କରୁଥିଲେ। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣା ସମୟରେ ଶିଶୁଙ୍କ ମା ବାହାରୁ ଗେଟ ବନ୍ଦ କରି ଜିନିଷ କିଣିବାକୁ ମାର୍କେଟ ଯାଇଥିଲେ। ଠିକ ସେତେବେଳେ ଦୁର୍ଘଟଣା ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.