ଲଗାଣ ବର୍ଷାରେ ଭୁଶୁଡିଲା ଛାତ, ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି

Published By : Prameya-News7 Bureau | October 13, 2020 IST

ସାନଖେମୁଣ୍ଡି ୧୩।୧୦: ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ଗଞ୍ଜାମ ଓ ଗଜପତିର ସମଗ୍ର ଅଂଚଳରେ ଲାଗିରହିଛି ବର୍ଷା । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡିଆ ପଂଚାୟତ ବଉଳଘାଇ ଗ୍ରାମ ସିନ୍ଧୁଆ ସ୍ବାଇଁଙ୍କ ଘରର ଛାତ ଲଗାଣ ବର୍ଷାରେ ଭୁଶୁଡି ପଡିଛି । ବହୁ ପୁରାତନ ଘର ହୋଇଥିବାରୁ ଛାତରୁ ପାଣି ବୋହିବା ବେଳେ ଅନ୍ୟ ଘର କାନ୍ଥ ଭୁଶୁଡି ଘରେ ପଡି ରହିଛି । ବର୍ଷା ଲାଗି ରହିଥିବା ବେଳେ ଘରେ ବର୍ଷା ଜଳ ବି ଭର୍ତ୍ତି ହୋଇରହିଛି । ତେବେ ପ୍ରଶାସନ ପାଖରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.