Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ସଂକ୍ରମିତ: ଖେଳିବେନି ନେସନ୍ସ ଲିଗ୍‌ର ବାକି ମ୍ୟାଚ୍‌

13/10/2020 at 9:38 PM

ଲିସ୍‌ବୋନ୍‌ ୧୩/୧୦: କରୋନା କବଳରେ ସାରା ବିଶ୍ବ । ବଡ଼, ସାନ, ଧନୀ, ଗରିବ ସମସ୍ତଙ୍କୁ ସଂକ୍ରମିତ କରୁଛି କରୋନା ଭୂତାଣୁ। ଫୁଟ୍‌ବଲ୍ ଜଗତର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ପର୍ତ୍ତୁଗୀଜ୍‌ ଫୁଟବଲ ଫେଡ୍‌ରେସନ୍‌ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।  

ରୋନାଲ୍ଡୋ ଲକ୍ଷଣ ରହିତ ହୋଇଥିବା ବେଳେ ସେ କିନ୍ତୁ ବୁଧବାର ହେବାକୁ ଥିବା ସ୍ବେଡନ୍‌ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ୩୫ ବର୍ଷୀୟ ଫୁଟବଲ୍‌ର ରୋନାଲ୍ଡୋ ନେସନ୍ସ ଲିଗ୍‌ରେ ରବିବାର ଅନୁଷ୍ଠିତ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌କୁ ଡ୍ର କରିବାରେ ସକ୍ଷମ ହୋଇଥିଲେ। ପର୍ତ୍ତୁଗାଲ ପାଇଁ ୧୦୧ ଟି ଗୋଲ୍‌ ସ୍କୋର କରିଥିବା ରୋନାଲ୍ଡୋ ନଖେଳିବା ଟିମ୍ ପାଇଁ ଚିନ୍ତା ବଢ଼ାଇଛି।

ରୋନାଲ୍ଡୋଙ୍କ ବ୍ୟତୀତ ବହୁ ବଡ଼ ଖେଳାଳି ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ରିୟଲ ମାଡ୍ରିଡ୍‌ର ବହୁ ପ୍ଲେୟର କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

   Related Posts