UEFA ଲିଗ୍‌: ୧୦୦ ଅନ୍ତର୍ଜାତୀୟ ଗୋଲ୍‌ ତାଲିକାରେ ଦ୍ବିତୀୟରେ ରୋନାଲ୍ଡୋ, ସ୍ବେଡେନ୍କୁ ହରାଇଲା ପର୍ତ୍ତୁଗାଲ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯: UEFA ନେସନ୍ସ ଲିଗ୍‌ରେ ମଙ୍ଗଳବାର ଦିନ ପର୍ତ୍ତୁଗାଲ ଓ ସ୍ବେଡେନ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମାଚ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ କ୍ୟାରିୟରର ୧୦୦ ତମ ଗୋଲ୍‌ ସ୍କୋର କରିଛନ୍ତି । ପର୍ତ୍ତୁଗାଲ ୨-୦ରେ ମ୍ୟାଚ୍‌ ଜିତିଥିବା ବେଳେ ଦୁଇଟି ଯାକ ଗୋଲ୍‌ ରୋନାଲ୍ଡୋ ହିଁ ସ୍କୋର୍‌ କରିଥିଲେ । ଅନ୍ତର୍ଜାତୀୟ ଫୁଟବଲ୍‌ ମ୍ୟାଚ୍‌ରେ ୧୦୦ ଗୋଲ୍‌ ସ୍କୋର୍‌ କରିଥିବା ମାମଲାରେ ରୋନାଲ୍ଡୋଙ୍କ ସ୍ଥାନ ଦ୍ବିତୀୟରେ ପହଞ୍ଚିଛି। ପ୍ରଥମ ସ୍ଥାନରେ ଇରାନ୍‌ର ଅଲି ଦେଇ ରହିଛନ୍ତି । ହାଫଟାଇମ୍ ପୂର୍ବରୁ ରୋନାଲ୍ଡୋ ଫ୍ରି-କିକ୍ ମାଧ୍ୟମରେ ପ୍ରଥମ ଗୋଲ୍‌ କରିଥିଲେ।

୩୫ ବର୍ଷୀୟ ଖେଳାଳି ରୋନାଲ୍ଡୋ ଗତକାଲି ମ୍ୟାଚ୍‌ରେ ୪୫ ଓ ୭୨ ମିନିଟ୍‌ରେ ଦୁଇଟି ଗୋଲ୍ ସ୍କୋର୍‌ କରିଥିଲେ। ନିଜର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍‌ ୨୦୦୪ରେ କରିଥିଲେ ରୋନାଲ୍ଡୋ । ୟୁରୋ କପ୍‌ରେ ଗ୍ରୀସ୍‌ ବିପକ୍ଷରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ । କିନ୍ତୁ ସବୁଠୁ ଅଧିକ ଅନ୍ତର୍ଜାତୀୟ ଗୋଲ୍ ସ୍କୋର୍‌ କରିଥିବା ଫୁଟବଲର ହେଉଛନ୍ତି ଅଲି । ଏବେସୁଦ୍ଧା ଅଲି ୧୦୯ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର୍‌ କରିଛନ୍ତି । ସେପଟେ ରୋନାଲ୍ଡୋଙ୍କ ଖାତାରେ ୧୦୧ ଗୋଲ୍‌ ଯୋଡ଼ିହୋଇଛି ।

ସବୁଠୁ ଅଧିକ ଗୋଲ୍‌ ସ୍କୋର୍‌ କରିଥିବା ମାମଲାରେ ତୃତୀୟ ସ୍ଥାନରେ ରହିଛନ୍ତି ମାଲେସିଆର ମୋଖ୍‌ତାର ଦହାରୀ । ଯିଏକି ଏବେସୁଦ୍ଧା ୮୬ଟି ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର୍‌ କରିଛନ୍ତି । ଅନ୍ୟପଟେ ଲୋକପ୍ରିୟ ଫୁଟ୍‌ବଲ୍‌ର ଲିଓନେଲ୍‌ ମେସି ୧୫ ନମ୍ବର ସ୍ଥାନରେ ଅଛନ୍ତି । ୭୦ଟି ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର୍‌ କରି ଏହି ସ୍ଥାନର ଅଧିକାରୀ ହୋଇଛନ୍ତି ମେସି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.