ଫୁଟବଲରୁ ଅଧିକ ଇଂଷ୍ଟାରୁ ଆୟ କରୁଛନ୍ତି ରୋନାଲ୍ଡୋ, ଜାଣନ୍ତୁ ଗୋଟିଏ ବର୍ଷରେ ପାଇଛନ୍ତି କେତେ

Published By : Prameya-News7 Bureau | October 20, 2019 IST

ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ଇଂଷ୍ଟା ଆୟରେ ରେକର୍ଡ କରିଛନ୍ତି। ଫୁଟବଲ କ୍ଲବ ଲାଗି ଖେଳି ରୋନାଲ୍ଡୋ ଯେତିକି ଉପାର୍ଜନ କରନ୍ତି ତାଠାରୁ ଅଧିକ ୯୮ କୋଟି ଟଙ୍କା ଆୟ କରିଥିବା ଏକ ରିପୋର୍ଟରୁ ଜଣାପଡିଛି। କୋଟି କୋଟି ଫ୍ୟାନଙ୍କ ଯୋଗୁ ରୋନାଲ୍ଡୋ ଇଂଷ୍ଟାରେ ଏବେ ଷ୍ଟାର ପାଲଟିଛନ୍ତି। ଏଣୁ ପ୍ରାୟୋଜିତ ଫଟୋରୁ ବିପୁଳ ଆୟ କରୁଥିବା ଗୋଲ୍ଡ ଡଟ କମ ସୂତ୍ରରୁ ଜଣାପଡିଛି। ୩୪ ବର୍ଷ ବୟସ୍କ ରୋନାଲ୍ଡୋ ସୋସାଲ ମିଡିଆ ସାଇଟ୍ ଇଂଷ୍ଟାଗ୍ରାମରେ ପ୍ରାୟୋଜିତ ପୋଷ୍ଟରୁ ୪୭.୮ ମିଲିୟନ ଡଲାର ଅର୍ଥାତ ୩୪୦ କୋଟି ଟଙ୍କା ଆୟ କରିଥିବା ଗୋଲ୍ଡ ଡଟକମ କହିଛି। 

{"id":172462}

ଏହି ସମୟରେ ରୋନାଲ୍ଡୋ ମାତ୍ର ୪୯ଟି ପ୍ରାୟୋଜିତ ପୋଷ୍ଟ କରିଛନ୍ତି। ଏଥିରୁ ଗୋଟିଏ ଗୋଟିଏ ପୋଷ୍ଟ ଲାଗି ସେ ୬ଲକ୍ଷ ୭୫ ହଜାର ଡଲାର ପାଇଛନ୍ତି। ଗୋଲ୍ଡ ଡଟକମ୍ ସୂଚନା ଅନୁସାରେ ଗତବର୍ଷ ରୋନାଲ୍ଡ ୟୁବେଣ୍ଟ ସହିତ ଚୁକ୍ତି କରିଥିଲେ। ସେହି ଚୁକ୍ତି ଅନୁସାରେ ତାଙ୍କୁ ୩୪ ମିଲିୟନ ଡଲାର ଅର୍ଥାତ କମ୍ପାନୀ ତାଙ୍କୁ ୨୪୨ କୋଟି ଟଙ୍କା ପୈଠ କରିଛି। ତେବେ କେବଳ ରୋନାଲ୍ଡୋ ନୁହଁନ୍ତି କାଇଲି ଜେନର, ପ୍ରିୟଙ୍କା ଚୋପ୍ରା, ବିରାଟ କୋହଲି ମଧ୍ୟ ଇଂଷ୍ଟାରୁ ପ୍ରଚୁର ଆୟ କରନ୍ତି। ତେବେ ସେମାନଙ୍କ ଆୟ ରୋନାଲ୍ଡୋଙ୍କ ପାଖାପାଖି ବି ନୁହେଁ।

{"id":172463,"width":580,"height":386}

ଇଂଷ୍ଟାରୁ ଆୟ ପ୍ରସଙ୍ଗରେ ରୋନାଲ୍ଡୋଙ୍କ ପଛକୁ ରହିଛନ୍ତି ବାର୍ସିଲୋନାର ଖେଳାଳି ଲିଓନେଲ ମେସି। ସେ ୩୬ଟି ପ୍ରାୟୋଜିତ ପୋଷ୍ଟ କରିଥିବା ବେଳେ ଏଥିରୁ ତାଙ୍କୁ ମିଳିଛି ୨୩.୩ ମିଲିୟନ ଡଲାର ଅର୍ଥାତ ୧୬୫ କୋଟି ଟଙ୍କା। ଇଂଷ୍ଟା ଆୟ ସୂଚୀରେ ବିରାଟ କୋହଲୀଙ୍କ ସ୍ଥାନ ବିଶ୍ୱର ୧୧ ତମ ସ୍ଥାନରେ ରହିଛି। ସେ ଏଭଳି ପୋଷ୍ଟରୁ ବାର୍ଷିକ ୧.୧୮ ମିଲିୟନ ଅର୍ଥାତ ୮.୩ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.