ଏକାଠି ପରଦାରେ ନଜର ଆସିବେ ଦୀପିକା-ରୋମିଲ୍, ପରସ୍ପରଙ୍କୁ ପସନ୍ଦ ନକରୁଥିଲେ ମଧ୍ୟ ହେବେ ମୁହାଁମୁହିଁ
30/06/2019 at 10:00 AM

ମୁମ୍ବାଇ୩୦|୬: ରିୟଲିଟି ସୋ ‘ବିଗ୍ ବସ୍ ସିଜିନ୍ ୧୨’ ର ବିଜେତା ଟିଭି ସିରିଏଲ ଅଭିନେତ୍ରୀ ଦୀପିକା କକ୍କଡ ଏବେ ତାଙ୍କ ନୁଆଁ ସିରିଏଲ “କାହାଁ ହମ କାହାଁ ତୁମ୍” ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ବିବ ବସ୍ ୧୨ରେ ଦୀପିକା କକ୍କଡ଼ ଇବ୍ରାହିମ୍ ଓ ମାଷ୍ଟର ମାଇଣ୍ଡ ରୋମିଲ୍ ଚୌଧରୀଙ୍କ ମଧ୍ୟରେ ଥିବା ଶତ୍ରୁତା ମଧ୍ୟ ବେଶ୍ ଚର୍ଚ୍ଚାରେ ରହୁଥିଲା। ଶୋ ବାହାରେ ଉଭୟଙ୍କୁ ଏକା ସହ କେବେ ସ୍ପଟ୍ କରାଯାଇନାହିଁ।

ଅନେକ ସାକ୍ଷାତକାରରେ ଦୀପିକା କହିଥିଲେ ଯେ, ସେ ରୋମିଲ୍ଙ୍କ ଚେହେରା କେବେ ଦେଖିବାକୁ ଚାହାଁନ୍ତି ନାହିଁ। ସୂଚନାଯୋଗ୍ୟ ଯେ, ବିଗ୍ ବସ୍ ଘରୁ ଆସିବା ପରେ ଉଭୟଙ୍କ ସମ୍ପର୍କରେ ସୁଧାର ଆସିନାହିଁ । ହେଲେ ଖୁବ୍ ଶୀଘ୍ର ଦୀପିକା ଓ ରୋମିଲଙ୍କୁ ଏକା ସହ ପରଦାରେ ଦେଖିବାକୁ ମିଳିବ। କାରଣ ଷ୍ଟାରପ୍ଲସ୍ରେ ପ୍ରସାରିତ ହେଉଥିବା ଦୀପିକାଙ୍କ ଶୋ’ ‘କାହାଁ ହମ୍, କାହାଁ ତୁମ୍’ରେ ରୋମିଲ୍ ଚୌଧରୀଙ୍କର ଏଣ୍ଟ୍ରି ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଉଭୟଙ୍କୁ ଗୋଟିଏ ଶୋରେ ଏକାଠି ଦେଖିବା ପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି।

ଏହି ସିରିଏଲ୍ର ଆରମ୍ଭ ହେବା ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ, ରୋମିଲ୍ ଏହି ଶୋ’ରେ ଅଭିନୟ କରିବେ। କିନ୍ତୁ କେଉଁ ଭୂମିକାରେ ଅଭିନୟ କରିବେ ତାହା ଘୋଷଣା କରାଯାଇନଥିଲା। ରିପୋର୍ଟ ଅନୁସାରେ ଶୋ’ରେ ଦୀପିକାଙ୍କର ଏକ୍ସ-ବୟପ୍ରେଣ୍ଡ ଭାବେ ରୋମିଲ୍ ଏଣ୍ଟ୍ରି କରିବେ।ଏହି ଭିଡିଓର ଏକ ଛୋଟ କ୍ଲିପ୍ ରୋମିଲ୍ ସୋସିଆଲ ମିଡିଆରେ ସୋୟାର କରିଛନ୍ତି। ଏହି ଭିଡିଓରେ ରୋମିଲ ଓ ଦୀପିକା ଏକ ଅନ୍ଧାର ରୁମ୍ରେ ନଜର ଆସୁଛନ୍ତି। ଭିଡିଓରେ ଦୀପିକା ରୋମିଲ୍ଙ୍କୁ ଦେଖି ଭୟଭୀତ ହୋଇ ପଡିଛନ୍ତି। ଏହି ଶୋ’ରେ ରୋମିଲଙ୍କ ଏଣ୍ଟ୍ରି ହେବା ପରେ ହିନା ଖାନ୍ ସୋସିଆଲ ମିଡିଆରେ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ତେବେ ରୋମିଲ୍ ଏହି ଶୋରେ ନେଗେଟିଭ୍ ରୋଲ୍ ଚରିତ୍ରେରେ ଅଭିନୟ କରିବେ।

ଶୋ’ରେ କେବଳ କରନ୍ ବି ଗ୍ରୋବର ଓ ଦୀପିକାଙ୍କର ଯୋଡି ଦେଖାଯାଇଥିଲା। ଏବେ ତାଙ୍କ ଜୀବନରେ ରୋମିଲ୍ ଚୌଧରୀଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଦୀପିକା ଓ ରୋମିଲ୍ ରିୟଲ୍ ଲାଇଫ୍ରେ ପରସ୍ପରକୁ ଦେଖିବା ପସନ୍ଦ କରନ୍ତି ନାହିଁ। ଏହା ସହ ସେମାନଙ୍କୁ ପରଦାରେ ମଧ୍ୟ ସେହି ଭୂମିକାରେ ଅଭିନୟ କରିବାକୁ ମିଳିଲା। ରୋମିଲ୍ଙ୍କର ନେଗେଟିଭ୍ ରୋଲରେ ଅଭିନୟ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।