ଛାତ୍ରୀଙ୍କୁ ଅଶ୍ଲିଳ ଭିଡ଼ିଓ ଦେଖାଇ ବନ୍ଧା ହେଲେ ରସିକିଆ ମାଷ୍ଟ୍ରେ...

Published By : Prameya-News7 Bureau | February 05, 2020 IST

ଔରଙ୍ଗାବାଦ୫/୨: ରସିକିଆ ମାଷ୍ଟରଙ୍କୁ ବାନ୍ଧିଲା ପୋଲିସ୍। ଅଷ୍ଟମ ଶ୍ରେଣୀର ୩ଜଣ ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଲିଳ ଭିଡିଓ ଦେଖାଉଥିଲେ ସାର୍‌। ଜାନୁଆରୀ ୬ ତାରିଖରେ ସଂପୃକ୍ତ ଶିକ୍ଷକ ନିଜ କ୍ୟାବିନ୍‌କୁ ଛାତ୍ରୀଙ୍କୁ ଡାକି ଅଶ୍ଲିଳ ଭିଡିଓ ଦେଖାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ସାର୍‌ଙ୍କ କଳାକାରନାମା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ଅଭିଭାବକମାନେ ମାଷ୍ଟରଙ୍କ ବିରୋଧରେ ଥାନା ଅଭିଯୋଗ କରିଥିଲେ। ଛାତ୍ରୀଙ୍କ ବୟାନ ଅଧାରରେ ପୋଲିସ୍‌ ସ୍କୁଲରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା।

ମଙ୍ଗଳବାରରେ ଥାନା ଅଧିକାରିଣୀ ଆଶଲେଶା ପାଟିଲ୍ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲେ। ଭାରତୀୟ ଦଣ୍ଡ ସଂହିତା ୩୫୪ଡି ଓ ପକ୍ସୋ ଆକ୍ଟରେ ଶିକ୍ଷକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଛାତ୍ରୀଙ୍କ କହିବା ଅନୁସାରେ କାମ ବାହାନାରେ ସାର୍‌ ତାଙ୍କ କ୍ୟାବିନ୍‌କୁ ଡାକିଥିଲେ। କ୍ୟାବିନରେ ଛାତ୍ରୀ ପହଞ୍ଚିବା ପରେ ମୋବାଇଲରେ ତାଙ୍କୁ ଅଶ୍ଲିଳ ଭିଡିଓ ଦେଖାଇଥିଲେ। ଏହି କଥା କାହାକୁ ନ କହିବା ପାଇଁ ମଧ୍ୟ ଛାତ୍ରୀଙ୍କୁ ଶିକ୍ଷକ ଦାଗିଦ ମଧ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ସ୍କୁଲର ଅନ୍ୟ ଶିକ୍ଷୟତ୍ରୀ ଓ ପରିବାର ଲୋକଙ୍କୁ ସାର୍‌ଙ୍କ କଳାରନାମା ସଂପର୍କରେ କହିଥିଲେ।

ଏଥିସହ ସ୍କୁଲରେ ପିଲାମାନେ ହରତାଳ କରିଥିଲେ। ସଂପୃକ୍ତ ଶିକ୍ଷକଙ୍କ ଗିରଫ ଦାବିରେ ସ୍କୁଲ ସାମ୍ନାରେ ୭୦ ପିଲା ଧାରଣାରେ ବସିଥିଲେ। ଏଭଳି ସଂଗୀନ ଅଭିଯୋଗ ଆସିବା ପରେ ସ୍କୁଲର ମ୍ୟାନେଜମେଣ୍ଟ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବାହାର କରି ଦେଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.