ଦୁନିଆରେ ସବୁଠୁଁ ଅଧିକ ରୋମାଣ୍ଟିକ ସହର ବାବଦରେ ଜାଣିଛନ୍ତି କି ? ଜାଣନ୍ତୁ.. ଆପଣଙ୍କ ଗାର୍ଲଫ୍ରେଣ୍ଡକୁ କିମ୍ବା ସ୍ତ୍ରୀକୁ ନେଇ ବାହାରକୁ ଗଲାବେଳେ ଆଦୌ ଭୁଲିବେ ନାହିଁ ଏହି ସ୍ଥାନ

Published By : Prameya-News7 Bureau | February 12, 2019 IST

ମଣିଷ ସବୁବେଳେ  କର୍ମକ୍ଲାନ୍ତ ହୋଇ ଅବସର ସମୟ କଟାଇବାକୁ ଚାହେଁ । ହେଲେ ଏହି ଅବସର ସମୟ କାଟିବାକୁ  ଯଦି ଦେଶ ବାହାରକୁ  ଯିବାକୁ ଚାହୁଁଛନ୍ତି, ତା ହେଲେ ସ୍ଥାନ ଚୟନ କରିଯାଆନ୍ତୁ । ଆପଣ ଅବସର ବିନୋଦନର ଫାଇଦା ପାଇବେ ।

ଦୁନିଆରେ ଏମିତି କିଛି ଜାଗା ଅଛି ଯେଉଁଠି କି ଗଲେ ଆପଣ ନିଜକୁ ବେଶୀ ରୋମାଣ୍ଟିକ ଭାବନା ଭିତରକୁ ଆଣିପାରିବେ । ଆପଣ ସ୍ଵାମୀ-ସ୍ତ୍ରୀ କିମ୍ବା ପ୍ରେମିକ-ପ୍ରେମିକାଭାବେ ବୁଲିବାକୁ ଜାଗା ସ୍ଥିର କରୁଛନ୍ତି ଯଦି ତାହେଲେ ସ୍ଥିର କରନ୍ତୁ ଏହି ସବୁ ଜାଗା , ଯେତିକି ରୋମାଣ୍ଟିକ ଅଛନ୍ତି ଆହୁରି ହେଇଯିବେ ରୋମାଣ୍ଟିକ ।

ପୃଥିବୀର ସବୁଠୁ ବେଶୀ ରୋମାଣ୍ଟିକ ଜାଗା ହେଲା ପ୍ୟାରିସ । ଏହି ଜାଗାକୁ ଗଲେ ଅଧିକ ରୋମାଣ୍ଟିକ ଅନୁଭବ କରିବେ । ଏଠାରେ ମଧ୍ୟ ବିଶ୍ଵବିଖ୍ୟାତ  ଆଇଫଲ ଟାଓ୍ଵାର ଅଛି, ଯାହାକୁ ଦେଖିବାକୁ ମଧ୍ୟ ଆଉଥରେ ଯିବା ପାଇଁ ପଡ଼ିବ ନାହିଁ । ୧୮୮୯ ମସିହାରେ ନିର୍ମାଣ  କରାଯାଇଥିବା ଏହି ଟାଓ୍ଵାର ଶୀର୍ଷରେ ପହଂଚିବାକୁ ହେଲେ ୧୬୬୫ ସିଡ଼ି ଚଢ଼ିବାକୁ ପଡ଼ିଥାଏ ।

ସେହିପରି ରୋମାଣ୍ଟିକ ସହରଭାବେ ଭେନିସକୁ ମଧ୍ୟ ନିଆଯାଇଥାଏ । ଏହି ସହରକୁ ବୁଲିବାକୁ ଗଲେ ନିଜ ଭିତରେ ରୋମାଣ୍ଟିକ ଭାବନା ଆସିବା ସହିତ ନିଜ ଭିତରେ ଫୂର୍ତ୍ତି ଅନୁଭବ କରିପାରିବେ । ଏହି ସହରର ରାସ୍ତା ଦେଖିବାକୁ ଏତେ ସୁନ୍ଦର ଦୁନିଆରେ କେଉଁଠି ବି ଦେଖି ନଥିବେ । ଏହି ସହରର କୋଠା ଦେଖିବାକୁ ରାଜପ୍ରସାଦ ପରି, ଯାହାର ଅନୁଭବ ଆପଣ ନ ଦେଖିଲେ କରିପାରିବେ ନାହିଁ ।

ଆଉ ଏକ ରୋମାଣ୍ଟକ ସହର ହେଲେ ରୋମର ଇତଲି । ଯାହା ସଂପୂର୍ଣ୍ଣ ବାସ୍ତୁଶାସ୍ତ୍ର ଅନୁସାରେ ତିଆରି ହୋଇଛି । ରାସ୍ତାଘାଟ,ଘରବାଡ଼ି ସବୁକିଛି ବାସ୍ତୁଶାସ୍ତ୍ର ଅନୁସାରେ ପରିକଳ୍ପଣା କରାଯାଇଛି ।

ଆପଣ ଯଦି ଯାଉଛନ୍ତି , ତାହେଲେ ଏହି ଜାଗାକୁ ସବୁ ଚୟନ କରନ୍ତୁ । ଅନୁଭବ କରିବେ ଏହି ଜାଗାର ମହତ୍ତ୍ଵ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.