Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ସାବାସ ରୋଜାଲିନ ! ନିଜ ଦରମା ଟଙ୍କାରେ ସ୍ୱର୍ଣ୍ଣ କାରିଗରଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ

23/05/2020 at 5:40 PM

ଭଦ୍ରକ, ୨୩|୦୫:  ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଜାରି ରହିଛି । ଲକଡାଉନ୍ ପାଇଁ ଅନେକ ଦୋକାନ ବଜାର ବନ୍ଦ ରହିଛି । ଓଡିଶାରେ ମଧ୍ୟ ଅନେକ ସ୍ଥାନରେ ଦୋକାନ ବଜାର ଖୋଲିନାହିଁ । ଫଳରେ ଅନେକ ବ୍ୟବସାୟୀ, କର୍ମଚାରୀ କାମଦାମ ନପାଇ ବେକାର ହୋଇ ବସିଛନ୍ତି । ଏପରିକି ଦରମା ମଧ୍ୟ ପାଇନାହାଁନ୍ତି । ଏହି ସମୟରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । ଭଦ୍ରକରେ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ।

ବାପାଙ୍କର ସ୍ୱର୍ଣ୍ଣ ଅଳଙ୍କାରର ଦୋକାନ । ଏବେ ନୂଆ ନୂଆ ଚାକିରୀ କରିଛନ୍ତି । ଦରମା ମଧ୍ୟ ପାଇଛନ୍ତି । କିନ୍ତୁ ବାପାଙ୍କର ଦୋକାନ ବନ୍ଦ ପାଇଁ ସବୁ ସ୍ଵର୍ଣକାର ଏବେ ହାତବାନ୍ଧି ବସିଛନ୍ତି । ମାଲିକଙ୍କର ବେପାର ବନ୍ଦ, କର୍ମଚାରୀ ଙ୍କର ମଧ୍ୟ ସମାନ ଅବସ୍ଥା । ଏମିତି ଅବସ୍ଥାକୁ ଅନୁଭବ କରିଛନ୍ତି ଟାଟାରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିବା ରୋଜାଲିନ ।

ସେ ନିଜ ଜନ୍ମଦିନରେ ଦରମା ଟଙ୍କାରେ ରାସନ ସାମଗ୍ରୀ ବାଣ୍ଟିଛନ୍ତି । ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହ ଅନ୍ୟ ସ୍ଵର୍ଣକାରଙ୍କୁ ମଧ୍ୟ ରାସନ ରେ ଚାଉଳ , ଡାଲି , ଅଟା , ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଜନ୍ମଦିନ ପାଇଁ ସାଇତି ରଖିଥିବା ଦରମା ଟଙ୍କା ଏବେ କାହାରି ମୁହଁରେ ହସ ଫୁଟାଉଛି ।

   Related Posts