Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଭଉଣୀକୁ ବାହାଘରକୁ ଯିବା ପାଇଁ ଛୁଟି ନ ମିଳିବାରୁ ବାହାଘର ପାଇଁ ଆସିଥିବା ଓଢଣୀରେ ଫାସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

14/06/2019 at 1:02 PM

ରୋହତକ ୧୪/୬ : ହରିୟାଣା ରୋହତକର ପିଜିଆଇ ଘରୋଇ ଡାକ୍ତରଙ୍କ ହଷ୍ଟେଲରେ ରହୁଥିବା ଡାକ୍ତର ଓଁକାର ଗତକାଲି ରାତିରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ରାତି ୧୦ଟାରେ ଘଟିଥିଲା । ମୃତକ ହେଲେ କର୍ଣ୍ଣାଟକ ବରିଦାବାଦରେ ରହୁଥିବା ଜଣେ ଯୁବକ । ସେ ପିଜିଆଇର ପେଡି଼ଆଟ୍ରିକ ବିଭାଗରେ ପିଜି ତୃତୀୟ ବର୍ଷ ଛାତ୍ର ଥିଲେ । ଯୁବକଙ୍କ ଆତ୍ମହତ୍ୟା ପରେ ହଷ୍ଟେଲରେ ହଇଚଇ ସୃଷ୍ଟି ହୋଇଛି । ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି । ଡାକ୍ତରମାନେ କାମ ବନ୍ଦ କରିଦେଇଛନ୍ତି । ପେଡି଼ଆଟ୍ରିକ ବିଭାଗର ମୁଖ୍ୟ ଡାକ୍ତର ଗୀତା ଗଠବାଲଙ୍କ ବାସଭବନରେ ଅନ୍ୟ ଡାକ୍ତରମାନେ ଭଙ୍ଗାରୁଜା କରିଛନ୍ତି । ସୂଚନାପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଡାକ୍ତରଙ୍କୁ ନିୟନ୍ତ୍ରଣ କରିଛି । ସିନିୟର ଏବଂ ଜୁନିୟର ଡାକ୍ତରମାନେ ପେଡି଼ଆଟ୍ରିକ ବିଭାଗ ଏଚଓଡି ଡାକ୍ତର ଗୀତା ଗଠବାଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ସେ ଓଁକାରଙ୍କୁ ତାଙ୍କ ଭଉଣୀ ବାହାଘରକୁ ଯିବା ପାଇଁ ଛୁଟି ଦେଇନଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଦେଇଛନ୍ତି ।

ଆଜି ଓଁକାରଙ୍କ ଭଉଣୀର ବାହାଘର । ଓଁକାରଙ୍କ ସହଯୋଗୀ ଡାକ୍ତରମାନେ କହିଛନ୍ତି ଯେ, ସେ ନିଜ ଭଉଣୀ ପାଇଁ ବାହାଘର ଯୋଡ଼ ମଧ୍ୟ ଆଣିଥିଲେ । ସେହି ଯୋଡ଼ରେ ଫାସି ଲଗାଇ ଓଁକାର ଆତ୍ମହତ୍ୟା କରିଛନ୍ତି । ଡାକ୍ତରମାନେ ଓଁକାରଙ୍କ ଶବ ମଧ୍ୟ ହଷ୍ଟେଲ ବାହାରକୁ ନେବାକୁ ଦେଲେନାହିଁ । ଯେପର୍ଯ୍ୟନ୍ତ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ନ ହୋଇଛି ସେପର୍ଯ୍ୟନ୍ତ ଶବ ଉଠାଯିବା ନାହିଁ ବୋଲି ସହଯୋଗୀ ଡାକ୍ତରମାନେ ଦାବି କରିଛନ୍ତି ।

ଡାକ୍ତର ଓଁକାର ଛାତ୍ରବାସର ପ୍ରଥମ ମହଲାରେ ରହୁଥିଲେ । ସହଯୋଗୀ ଡାକ୍ତରଙ୍କ କବିନୁଯାୟୀ, ସେ ଗତରାତି ପ୍ରାୟ ସାଢେ ୯ଟା ବେଳେ ନିଜ ରୁମକୁ ଫେରିଲେ । ଏହାପରେ ରାତି ୧୦ଟାରେ ତାଙ୍କ ରୁମମେଟ ଯେତେବେଳେ ରୁମ କବାଟ ଖୋଲିଲେ ଓଁକାରଙ୍କ ଶବ ଝୁଲୁଥିବାର ଦେଖିଲେ ।

ଓଁକାରଙ୍କ ଆତ୍ମହତ୍ୟା ସୂଚନା ପାଇ ଘରୋଇ ଡାକ୍ତର ହଂଗାମା କରିଥିଲେ । ବିଭାଗର ଏଚଓଡି ଗୀତା ଗଠବାଲଙ୍କ ବିରୋଧରେ ପ୍ରତାଡନା ଅଭିଯୋଗ କରି ଶବ ଉଠାଇବାକୁ ଦେଲେନାହିଁ ସହଯୋଗୀ ଡାକ୍ତର । ପିଜିଆଇ ପ୍ରବନ୍ଧନର ଅନେକ ଅଧିକାରୀ ଡାକ୍ତରଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।

ଡାକ୍ତର ଗୀତା ଗଠବାଲଙ୍କ ବାସଭବନ ଆଗରେ ଡାକ୍ତରମାନେ ହଂଗାମା କରିବାରୁ ଗୀତା ବାହାରକୁ ଆସି ଡାକ୍ତରଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଡାକ୍ତର ମାନିବାକୁ ନାରାଜ ଥିଲେ । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

   Related Posts