ଆଇପିଏଲ ୨୦୨୦: ରୋହିତଙ୍କ ଟିମ୍‌କୁ ଲାଗିଲା ଝଟକା, ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ଖେଳିବେ ନାହିଁ ‘ୟର୍କର କିଙ୍ଗ’

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: ଶ୍ରୀଲଙ୍କାର ଅନୁଭବୀ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ କିଛି ପ୍ରାରମ୍ଭିକ ମ୍ୟାଚ୍‌ ଖେଳି ପାରିବେ ନାହିଁ। ଇଏସପିଏନକ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ୩୬ ବର୍ଷୀୟ ମାଲିଙ୍ଗା ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲ  ପାଇଁ ୟୁଏଇ ଯିବେ ନାହିଁ। ତାଙ୍କ ପିତାଙ୍କ ସ୍ଵାସ୍ଥ୍ୟବସ୍ଥା କାରଣରୁ ମାଲିଙ୍ଗା କିଛି ମ୍ୟାଚ୍‌ରେ ମୁମ୍ବାଇ ତରଫରୁ ଖେଳିବେ ନାହିଁ।

ପିତାଙ୍କ ହେବ ସର୍ଜରୀ

ଏକ ବର୍ଷରୁ ଅଧିକ ସମୟ ହେବ ସେ ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ନିକଟରେ ସେ ଆଣ୍ଠୁଜନିତ ଆଘାତରେ ପୀଡିତ ଥିଲେ ଏବଂ ଶ୍ରୀଲଙ୍କା କ୍ରିକେଟ୍ ଦ୍ଵାରା ଜୁନ ଓ ଜୁଲାଇରେ ଆୟୋଜିତ ଶିବିରରେ ମଧ୍ୟ ଯୋଗ ଦେଇ ପାରିନଥିଲେ। କୋଭିଡ୍-୧୯ କାରଣରୁ ଚଳିତ ବର୍ଷ ଆଇପିଏଲ ୟୁଏଇରେ ଖେଳାଯାଉଛି। ୟୁଏଇର ତିନି ସହର ଦୁବାଇ, ଆବୁଧାବି, ଶାରଜାହାରେ ଏହି ଟି-୨୦ ଲିଗ୍ ଖେଳାଯିବ।

{"id":318147,"width":573,"height":430,"sizeSlug":"large"}

ଉଲ୍ଲେଖନୀୟ ମାଲିଙ୍ଗା ଗତ ବର୍ଷ ଦଳକୁ ଚତୁର୍ଥ ଥର ଆଇପିଏଲ ଚମ୍ପିଆନ କରାଇବାରେ ବଡ ଭୂମିକା ନିଭାଇଥିଲେ। ସେ ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ଅଛନ୍ତି। ସେ ଦଳ ପାଇଁ ଏକ ପ୍ରମୁଖ ବୋଲର। ତାଙ୍କର ପ୍ରାରମ୍ଭିକ ମ୍ୟାଚ୍‌ରେ ଅନୁପସ୍ଥିତି ରୋହିତ ଶର୍ମାଙ୍କ ଦଳ ପାଇଁ ବଡ ଝଟକା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.