Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ବାଙ୍ଗାଲୋରଠୁ ହାରିବା ପରେ ବି ପ୍ରଶଂସା ସାଉଁଟିଲେ ରୋହିତ ଶର୍ମା, ଜୋତାରେ ଲେଖିଲେ ଏହି ଖାସ୍ ସନ୍ଦେଶ

10/04/2021 at 4:07 PM

ଚେନ୍ନାଇ ୧୦।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୪ଶ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ଵିକେଟ୍‌ରେ ପରାସ୍ତ କରିଛି। ମ୍ୟାଚ୍ ହାରିଲେ ବି ରୋହିତ ଶର୍ମାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ରୋହିତ ଗତକାଲି ମ୍ୟାଚ୍‌ରେ ଗେଣ୍ଡା ଫଟୋ ଥିବା ଜୋତା ପିନ୍ଧି ଏହି ବିଲୁପ୍ତ ପ୍ରଜାତିର ସଂରକ୍ଷଣ ପାଇଁ ଅପିଲ୍ କରିଛନ୍ତି। ରୋହିତ ଆଇପିଏଲ ସମୟରେ ଏହି ବିରଳ ପ୍ରଜାତିର ବନ୍ୟଜନ୍ତୁର ସଂରକ୍ଷଣ ପାଇଁ ଆରସିବି ବିପକ୍ଷ ମ୍ୟାଚ୍‌ରେ ଏକ ସ୍ଵତନ୍ତ୍ର ଧରଣର ଜୋତା ପିନ୍ଧିଥିଲେ। ଏଥିରେ ଗେଣ୍ଡାର ସଙ୍କଟଗ୍ରସ୍ତ ଫଟୋ ରହିଥିଲା। ତାଙ୍କ ଜୋତାରେ ସେଭ୍ ଦ ରାଇନୋ(ଗେଣ୍ଡାଙ୍କୁ ବଞ୍ଚାନ୍ତୁ)ର ବାର୍ତ୍ତା ଲେଖା ହୋଇଥିଲା।

ଏହି ଫଟୋକୁ ନିଜର ଟ୍ଵିଟର ଆକାଉଣ୍ଟରେ ମଧ୍ୟ ସେୟାର କରି ରୋହିତ ଲେଖିଛନ୍ତି ଯେ, ଗୋଟିଏ ଦିନ ପୂର୍ବେ ଯେବେ ମୁଁ ଆରସିବି ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ପଡିଆକୁ ଓହ୍ଲାଇଥିଲି ତେବେ ମୋ ପାଇଁ ଏହା କେବଳ ଏକ ମୁକାବିଲା ନଥିଲା। କ୍ରିକେଟ୍ ଖେଳିବା ସର୍ବଦା ମୋର ସ୍ଵପ୍ନ  ରହି ଆସିଛି ଏବଂ ଦୁନିଆକୁ ଆହୁରି ଉନ୍ନତ କରିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବା ଉଚିତ୍। ମୁଁ ଏହି ଦିଗରେ ପ୍ରୟାସ ଜାରି ରଖିଛି। ମୋ ପାଇଁ ଏହା ସ୍ଵତନ୍ତ୍ର ଥିଲା ଯେ, ମୁଁ ଏହି ଖାସ୍ ଉଦ୍ଦେଶ୍ୟକୁ ପଡିଆ ପର୍ଯ୍ୟନ୍ତ ନେଇ ଆସିଛି। ଏହି ଉଦ୍ୟମରେ ପ୍ରତିଟି ପଦକ୍ଷେପ ଗୁରୁତ୍ଵବହନ କରଥିବା ରୋହିତ ଲେଖିଛନ୍ତି।

ରୋହିତ ଗେଣ୍ଡାଙ୍କ ସଂରକ୍ଷଣ ପାଇଁ ନିଜ ଉଦ୍ଦେଶ୍ୟକୁ ଦୁନିଆ ସାମ୍ନାରେ ରଖିବାରେ ସଫଳ ହୋଇଛନ୍ତି। ମାତ୍ର ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ସେ ପରାଜୟର ସ୍ଵାଦ ଚାଖିଛନ୍ତି। ରୋହିତ ଏହି ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଏହାକୁ ବଡ ଇନିଂସରେ ପରିଣତ କରି ପାରିନଥିଲେ। ସେ ରନଆଉଟ୍ ହେବା ପରେ ମୁମ୍ବାଇ ଇନିଂସ ଧରାଶାୟୀ ହୋଇ ଯାଇଥିଲା ଏବଂ ଦଳ ୨୦ ଓଭରରେ ୯ ଓ୍ଵିକେଟ୍  ହରାଇ ୧୫୯ ରନ କରି ପାରିଥିଲା। ରୋହିତ କେବଳ ୧୯ ରନ କରି ପାରିଥିଲେ।

   Related Posts