Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ରୋହିତ ହେବେ ଟି-୨୦ ଦଳର ଅଧିନାୟକ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାହାରେ ରହିବେ କୋହଲି !

9/11/2021 at 4:18 PM

ନୂଆଦିଲ୍ଲୀ ୦୯।୧୧:  ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ  ବୋର୍ଡ(ବିସିସିଆଇ) ଆଗାମୀ ୨୪ ଘଣ୍ଟାରେ କୌଣସି ବି ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିପାରେ। ଦଳ ଘରୋଇ ମାଟିରେ ନଭେମ୍ବର ୧୭ରୁ ନ୍ୟୁଜିଲାଣ୍ଡ ସହିତ ତିନୋଟି ଟି-୨୦ ମ୍ୟାଚ୍‌ର ସିରିଜ୍ ଏବଂ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଧଳା  ବଲ୍‌ର ଉପ ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଟି-୨୦ ଦଳର ନେତୃତ୍ଵ ନେଇ ପାରନ୍ତି। ଏପରିକି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ରୋହିତଙ୍କୁ ଅଧିନାୟକତ୍ଵ କରିବାର ସୁଯୋଗ ମିଳିପାରେ। ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଥମ ଟେଷ୍ଟରୁ ବିଶ୍ରାମ ଦିଆଯାଇପାରେ। ବିଶ୍ଵ କପ୍ ସରିବା ସହିତ ଟି-୨୦ରେ ବିରାଟ କୋହଲି ଅଧିନାୟକ  ପଦ ଛାଡିଛନ୍ତି। ଏ ନେଇ ସେ ପୂର୍ବରୁ ମଧ୍ୟ ଘୋଷଣା କରିଥିଲେ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ,  ବର୍ତ୍ତମାନର ଟେଷ୍ଟ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟରୁ ବିଶ୍ରାମ ନେବେ ଏବଂ ଦ୍ଵିତୀୟ ଟେଷ୍ଟ ଖେଳିବେ। ଏଥିସହ ଟି-୨୦ ସିରିଜ୍‌ରୁ ମଧ୍ୟ କୋହଲିଙ୍କୁ ବିଶ୍ରାମ ଦିଆଯିବ। ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ନିଜର ଭୂମିକା ଜାରି ରଖିବେ। କେଏଲ ରାହୁଲଙ୍କୁ ଟି-୨୦ ଦଳର ଉପ ଅଧିନାୟକ କରାଯିବ। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଜୟପୁର, ରାଞ୍ଚି ଓ କୋଲକାତାରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଏହା ପରେ କାନପୁର ଓ ମୁମ୍ବାଇରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ପରି ବରିଷ୍ଠ ବୋଲରଙ୍କୁ ବିଶ୍ରାମ ଦିଆଯାଇପାରେ। ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷଲ ପଟେଲ୍‌ଙ୍କ ପରି ପ୍ରତିଭାବାନ  ବୋଲରଙ୍କୁ ଦଳରେ ସାମିଲ୍ କରାଯାଇପାରେ। ଏହା ବ୍ୟତୀତ ଶ୍ରେୟସ ଅୟାର, ରାହୁଲ ଚହର ଓ ଦୀପକ ଚହର ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ଯୁବ ଓ୍ଵିକେଟ୍ କିପର ଋଷଭ ପନ୍ତ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦର ଓ୍ଵିକେଟ୍ କିପର। ଖବର ଅନୁଯାୟୀ, ବିସିସିଆଇ ଏବେ ଦିନିକିଆକୁ ନେଇ କୌଣସି ବି ନିଷ୍ପତ୍ତି ନେବ ନାହିଁ, କାରଣ ଦଳକୁ ନିକଟ ଭବିଷ୍ୟତରେ କୌଣସି ଦିନିକିଆ ମ୍ୟାଚ୍ ଖେଳିବାର ନାହିଁ।

   Related Posts