Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ରୋହିତଙ୍କ ପାଇଁ ଦଳକୁ ଫେରିବା ସହଜ ନୁହେଁ, ଦେବାକୁ ପଡିବ ଫିଟନେସ୍ ଟେଷ୍ଟ୍

24/05/2020 at 3:10 PM

ମୁମ୍ବାଇ, ୨୪|୦୫: ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଏବେ ଆହତଜନିତ ସମସ୍ୟାରୁ ମୁକୁଳିଛନ୍ତି । କିନ୍ତୁ କରୋନା ଭାଇରସ୍ ଓ ଲକଡାଉନ୍ ପାଇଁ ବିଭିନ୍ନ ସିରିଜ୍ ସ୍ଥଗିତ ଥିବାରୁ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରି ନାହାଁନ୍ତି । ତେବେ ଦଳକୁ ଫେରିବା ପାଇଁ ରୋହିତଙ୍କୁ ଫିଟନେସ୍ ଟେଷ୍ଟ୍ ଦେବାକୁ ପଡିବ । ଏଥିରେ ସେ ପାସ୍ କରିବା ଜରୁରୀ । ତେଣୁ ଏହି ଟେଷ୍ଟକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ରୋହିତ ଗତ ଫେବ୍ରୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଆହତ ହୋଇଥିଲେ । ଫଳରେ ତାଙ୍କୁ ସ୍ୱଦେଶ ଫେରିବାକୁ ପଡିଥିଲା । ସେ ନିଜ ଫେସବୁକ ପେଜରେ ଲେଖିଛନ୍ତି ଯେ, ଲକଡାଉନ୍ ପୂର୍ବରୁ ସେ ଦଳକୁ ଫେରିବା ପାଇଁ ପ୍ରସ୍ତୁତ ଥିଲେ । ଗୋଟିଏ ସପ୍ତାହ ସେ ଫିଟନେସ୍ ଟେଷ୍ଟ ଦେଇଥାନ୍ତେ । କିନ୍ତୁ ଲକଡାଉନ୍ ପାଇଁ ସେ ଏହା ଦେଇପାରି ନଥିଲେ ।

ରୋହିତ କହିଛନ୍ତି ଯେ, ସବୁ ଖୋଲିବା ପରେ ତାଙ୍କୁ ଏନସିଏ ଯାଇ ଫିଟନେଶ୍ ଦେବାକୁ ପଡିବ । ଏହାପରେ ସେ ଦଳ ସହ ଅଭ୍ୟାସ ଆରମ୍ଭ କରିବେ । ମହାରାଷ୍ଟ୍ର ସରକାର ଗ୍ରୀନ୍ ଓ ଅରେଞ୍ଜ ଜୋନରେ ଥିବା ଷ୍ଟାଡିୟମରେ ବିନା ଦର୍ଶକରେ ବ୍ୟକ୍ତିଗତ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ହିଟମ୍ୟାନ୍ ରୋହିତ ଏବେସୁଦ୍ଧା ୨୨୪ଟି ଦିନିକିଆଲ ଖେଳି ୪୯.୨୭ ଆଭରେଜରେ ୯୧୧୫ ରନ କରିଛନ୍ତି । ଏଥିରେ ୨୯ଟି ଶତକ ଓ ୪୩ଟି ଅର୍ଧଶତକ ରହିଛି । ସେ ୧୦୮ଟି ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୩୨.୬୨ ଆଭରେଜରେ ୨୭୭୩ ରନ କରିଛନ୍ତି । ଏଥିରେ ୪ ଶତକ ଓ ୨୧ ଅର୍ଧଶତକ ସାମିଲ ଅଛି ।  

   Related Posts