ରୋହିତ-କୋହଲିଙ୍କ ଫର୍ମକୁ ନେଇ ବେଫିକର ଗାଙ୍ଗୁଲି : କହିଲେ- 'ମୁଁ ଚିନ୍ତା କରୁନି...'

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ, ୧୬/୦୫:  ଆଇପିଏଲ ୨୦୨୨ରେ ରନ୍ ବର୍ଷା ହେଉଛି । ନୂଆ ନୂଆ ବ୍ୟାଟର ଭଲ ସ୍କୋର କରୁଛନ୍ତି । କିନ୍ତୁ ଭାରତୀୟ ଦଳର ଦୁଇ ସିନିୟର ଖେଳାଳି ରନ୍ ପାଇଁ ସଙ୍ଘର୍ଷ କରୁଛନ୍ତି । ପୂର୍ବ ସିଜିନରେ ଏହି ଖେଳାଳିଙ୍କ ବ୍ୟାଟ୍ ଚାଲୁଥିଲା  । କିନ୍ତୁ ଏଥର ପୁରା ନିରବ ରହିଛି । ଯାହାର ପରିଣାମ ଦଳକୁ ସାମ୍ନା କରିବାକୁ ପଡୁଛି । ମୁମ୍ବାଇ ପ୍ଲେ ଅଫରୁ ବାଦ୍ ପଡିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ-ଅଫ୍ ପାଇଁ ସଙ୍ଘର୍ଷ କରୁଛି ।

ଏହି ଦୁଇ ବ୍ୟାଟର ହେଲେ ରୋହିତ ଶର୍ମା ଓ ବିରାଟ ଗାଙ୍ଗୁଲି । ଏକଦା ଗର୍ଜନ କରୁଥିବା ଦୁଇ ବ୍ୟାଟରଙ୍କ ବ୍ୟାଟ୍ ଏବେ ପୁରା ଚୁପ୍ । ତେବେ ଆଇପିଏଲ ପରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହାପରେ ଆୟାରଲାଣ୍ଡ୍ ଓ ଇଂଲଣ୍ଡ ଗସ୍ତ କରିବ । ଏହି ସିରିଜ ପରେ ଟି୨୦ ବିଶ୍ୱକପ୍ ରହିଛି । ଏହି ସମୟରେ ରୋହିତ ଓ ବିରାଟଙ୍କ ଫର୍ମ ସମସ୍ତଙ୍କୁ ଚିନ୍ତା ଦେଇଛି । କିନ୍ତୁ ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସେମାନଙ୍କ ଫର୍ମ ପାଇଁ ଚିନ୍ତିତ ନାହାଁନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ସେ ବିରାଟ ଓ ରୋହିତଙ୍କ ଫର୍ମକୁ ନେଇ ଆଦୌ ଚିନ୍ତିତ ନାହାଁନ୍ତି । ସୋମନେ ଭଲ ଖେଳନ୍ତି । ବଡ ଖେଳାଳି ମଧ୍ୟ । ଟି୨୦ ବିଶ୍ୱକପ ଏବେବି ବହୁକ ଦିନ ଅଛି । ଉଭୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନିଜ ଫର୍ମକୁ ଫେରିଆସିବେ । ଲୟକୁ ଆସିବେ ।

ତେବେ ବହୁତ ଶୀଘ୍ର ଦୁଇ ଷ୍ଟାର୍ ବ୍ୟାଟର ନିଜର ଲୟ ହସଲ କରିବେ ବୋଲି କୁହାଯାଉଛି । କିନ୍ତୁ ଏବେ ଉଭୟଙ୍କ ବ୍ୟାଟ୍ ଶାନ୍ତ ରହିଛି । ଯାହା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି କ୍ରିକେଟ ସମୀକ୍ଷକ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.