ରୋହିତ ତିୱାରୀଙ୍କ ହତ୍ୟା ପଛରେ କିଏ ?: ରାତି ସାଢେ ୨ଟା ପର୍ଯ୍ୟନ୍ତ ପତ୍ନୀ ଦେଖୁଥିଲେ 'ସାବଧାନ ଇଣ୍ଡିଆ', ରୋହିତଙ୍କ ହତ୍ୟା କରାଯାଇଥିଲା ରାତି ଗୋଟାଏରୁ ୨ଟା ଭିତରେ

Published By : Prameya-News7 Bureau | April 20, 2019 IST

ନୂଆଦିଲ୍ଲୀ ୨୦/୪ : ରୋହିତ ଶେଖର ତିୱାରୀଙ୍କ ହତ୍ୟା ମାମଲାରେ ଏକ ନୂଆ ମୋଡ ଆସିଛି | ରୋହିତଙ୍କ ହତ୍ୟା କରାଯାଇଥିବା ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା | ତେବେ ତକିଆରେ ତାଙ୍କ ମୁହଁକୁ ଚାପି ଶ୍ବାସରୁଦ୍ଧ କରାଯାଇ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି | ଦିଲ୍ଲୀ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି | ମାମଲା ରୁଜ୍ଜୁ ହେବାପରେ ହତ୍ୟା ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା | କ୍ରାଇମବ୍ରାଞ୍ଚ ଟିମ କିଛି ଫିଙ୍ଗର ପ୍ରିଣ୍ଟ ଏବଂ ସାମ୍ପଲ ଜବତ କରିଛି | ଆଗାମୀ ଦିନରେ ଏହି ହତ୍ୟା ମାମଲାରେ ବଡ ଖୁଲାସା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି |

{"id":105315}


ତଦନ୍ତରୁ ଜଣାପଡିଛି ଯେ, ସୋମବାର ଦିନ ଉତ୍ତରାଖଣ୍ଡ କୋଟୱାରାରୁ ଫେରି ଘରେ ରାତ୍ରି ଭୋଜନ କରି ଶୋଇପଡ଼ିଥିଲେ | କେହି ଜଣେ ରୋହିତଙ୍କ ମୋବାଇଲ ଲକ ଖୋଲି କିଛି ଦେଖିଥିଲେ | ତେବେ ସେ କିଏ ସେ ତଦନ୍ତ କରୁଛି ପୋଲିସ | କିନ୍ତୁ ଲକ ସେ ହିଁ ଖୋଲିଥିବା ଯିଏ ପାସୱାର୍ଡ଼ ଜାଣିଚି | ତଦନ୍ତରୁ ଜଣାପଡିଛି ଯେ, ରୋହିତଙ୍କ ପତ୍ନୀ ଅପୂର୍ବା ସେଦିନ ରାତି ୨.୩୦ ମିନିଟ ପର୍ଯ୍ୟନ୍ତ ଡ୍ରଇଂ ରୁମରେ ବସି ଟିଭିରେ 'ସାବଧାନ ଇଣ୍ଡିଆ' ଦେଖୁଥିଲେ |

{"id":105316}

ରୋହିତଙ୍କ ରୁମକୁ ପୋଲିସ ସିଲ କରିଦେଇଛି | ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ ରୋହିତଙ୍କ ମୃତ୍ୟୁ ରାତି ୧.୩୦ ମିନିଟରେ ହୋଇଥିଲା | କିନ୍ତୁ ତାଙ୍କ ମୃତ୍ୟୁ ଖବର ମଙ୍ଗଳବାର ସନ୍ଧ୍ୟାରେ ଜଣାପଡିଥିଲା | ରୋହିତ ସେଦିନ ରାତିରେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ଜଣାପଡିଛି | ତେବେ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ, କୌଣସି ବାହାରିଆ ବ୍ୟକ୍ତି ସେଦିନ ରୋହିତଙ୍କ ଘରକୁ ଯାଇନଥିଲେ | ବହୁତ ଶୀଘ୍ର ହତ୍ୟା ଘଟଣାର ପର୍ଦାଫାଶ ହେବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି |

{"id":105317}


ରୋହିତଙ୍କ ମା ଉଜ୍ଜ୍ଵଳା ତିୱାରୀ ଏବଂ ପତ୍ନୀ ଅପୂର୍ବା ଅସ୍ଥି ବିସର୍ଜନ ପାଇଁ ହରିଦ୍ୱାର ଯାଇଛନ୍ତି | ସେମାନେ ଶୁକ୍ରବାର ସନ୍ଧ୍ୟାରେ ଫେରିବେ | ପୋଲିସ ସେମାନଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଛି | ଯାଞ୍ଚରୁ ଏକ କଥା ସାମ୍ନାକୁ ଆସିଛି | ରୋହିତଙ୍କ ମା' ସୋମବାର ରାତି ପ୍ରାୟ ୧୨ଟା ବେଳେ ନିଜ ଘରକୁ ଚାଲି ଯାଇଥିଲେ | ସେ ତିଳକ ଲେନ ସ୍ଥିତ ସରକାରୀ ବାସଭବନରେ ରୁହନ୍ତି | ଏହି ସରକାରୀ ବାସଭବନ ଏନଡି ତିୱାରୀଙ୍କୁ ମିଳିଥିଲା | ସିସିଟିଭି ଫୁଟେଜରେ ଉଜ୍ଜ୍ଵଳା ଘରୁ ବାହାରକୁ ଯାଇଥିବା ପୋଲିସ ଦେଖିଥିଲା | ତେବେ ସେ ବିଳମ୍ବିତ ରାତିରେ ବୀଜ ସରକାରୀ ବାସଭବନକୁ କାହିଁକି ଯାଇଥିଲେ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି |

{"id":105318}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.