ଅପୂର୍ବାଙ୍କୁ ରୋହିତଙ୍କ ରୁମକୁ ନେଇ ସିନ ରି-କ୍ରିଏଟ କରାଇଲା ପୋଲିସ

Published By : Prameya-News7 Bureau | April 26, 2019 IST

ଦିଲ୍ଲୀ ୨୬/୪ : ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରୀଙ୍କ ହତ୍ୟା ଘଟଣାରା ଖୁଲାସା କରିଛି ପୋଲିସ | ରୋହିତଙ୍କୁ ତାଙ୍କ ପତ୍ନୀ ଅପୂର୍ବା ହତ୍ୟା କରିଥିବା ପୋଲିସ ତଦନ୍ତରୁ ସାମ୍ନାକୁ ଆସିଛି | ଅପୂର୍ବାଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରୁଥିଲା | ଗୁରୁବାର ଦିନ ଅପୂର୍ବାଙ୍କୁ ରୋହିତଙ୍କ ରୁମକୁ ନେଇ ଅପରାଧ ଦୃଶ୍ୟକୁ ଦୋହରାଇବାକୁ କହିଥିଲା | ଏତିକିବେଳେ ପୋଲିସ ହାତରେ ଆଉ କିଛି ସୁରାକ ଲାଗିଥିଲା |

{"id":107576}


ପୋଲିସ ଅଧିକାରୀ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ରୋହିତଙ୍କ ରୁମରୁ ସେହି ଲୁଗାପଟା ଜବତ କରାଯାଇଥିଲା ଯେଉଁଟା ସେ ହତ୍ୟାକାଣ୍ଡ ଦିନ ପିନ୍ଧିଥିଲେ | ପୋଲିସ ପାଖରେ ଅପୂର୍ବାଙ୍କ ବିରୋଧରେ ଯେଉଁ ପ୍ରମାଣ ଥିଲା ତାହା ହେଲା ସିସିଟିଭି ଫୁଟେଜ | ସିସିଟିଭି ଫୁଟେଜ ଅନୁଯାୟୀ, ରୋହିତଙ୍କ ରୁମ ଯେଉଁ ମହଲାରେ ଥିଲା ହତ୍ୟାକାଣ୍ଡ ରାତିରେ ସେଠାରେ କେବଳ ଅପୂର୍ବା ଉପସ୍ଥିତ ଥିଲେ | ତେଣୁ ଅପୂର୍ବା ହତ୍ୟା କରିଥିବେ ବୋଲି ପୋଲିସ ପୂର୍ବରୁ ସନ୍ଦେହ କରିଥିଲା | ଅପୂର୍ବା ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ହିଁ ସ୍ୱାମୀଙ୍କ ହତ୍ୟା କରିଥିଲେ |

{"id":107578}


ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପୂର୍ବା ବାରମ୍ବାର ନିଜ ବୟାନ ବଦଳାଉଛନ୍ତି | ଗୁରୁବାର ଦିନ ଅପୂର୍ବା କହିଥିଲେ ଯେ, ସେ ରୋହିତଙ୍କ ହତ୍ୟା କରିବାକୁ ଚାହୁଁନଥିଲେ | ହଠାତ ସେ କ୍ରୋଧିତ ହୋଇ ରୋହିତଙ୍କ ମୁହଁକୁ ତକିଆରେ ଚାପି ଦେଇଥିଲେ | ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.