ODI ରନ୍ ସଂଗ୍ରହରେ ସଚ୍ଚିନ ଓ ସୌରଭଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

Published By : Prameya-News7 Bureau | January 19, 2020 IST

ବେଙ୍ଗାଲୁରୁ ୧୯।୧: ଅଷ୍ଟ୍ରେଲିଆ ବିପକ୍ଷରେ ରବିବାର ଖେଳାଯାଉଥିବା ତୃତୀୟ ତଥା ଚୂଡାନ୍ତ ଏକଦିବସୀୟ ମ୍ୟାଚ୍‌ରେ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି ଟିମ୍ ଇଣ୍ଡିଆ ଓପ୍ନର ରୋହିତ ଶର୍ମା।  ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତ ସ୍କୋରର ଭାବେ ରୋହିତ ନୂଆ ରେକର୍ଡ କାୟମ କରିଛନ୍ତି।

{"id":213502,"width":576,"height":432,"sizeSlug":"large"}

ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ତାଙ୍କ ଏକ ଦିବସୀୟ କ୍ୟାରିୟରର ୨୧୭ ତମ ଇନିଂସ ଖେଳୁଥିବା ବେଳେ ୯୦୦୦ ରନ ପୁରଣ କରିଛନ୍ତି। ଏହି ରନ ସଂଗ୍ରହରେ ସେ ସୌରଭ ଗାଙ୍ଗୁଲି, ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଓ ବ୍ରିଆନ ଲାରାଙ୍କୁ ବି ପଛରେ ପକାଇଦେଇଛନ୍ତି। ଲାରା ୨୩୯ଟି ଏକଦିବସୀୟ ଇନିଂସରୁ  ୯୦୦୦ ରନ ସ୍କୋର କରିପାରିଥିବା ବେଳେ ସଚ୍ଚିନ ୨୩୫ ଓ ଗାଙ୍ଗୁଲି ୨୨୮ ଇନିଂସରୁ ଏହି ସ୍କୋର ସଂଗ୍ରହ କରିଥିଲେ। ତେବେ ରୋହିତ ମାତ୍ର ୨୧୭ ଇନିଂସରୁ ବିଶାଳ ସ୍କୋର ସଂଗ୍ରହ କରିବାରେ ସଫଳ ହୋଇଥିବା ବେଳେ ଲାରା, ତେନ୍ଦୁଲକର ଓ ଗଙ୍ଗୁଲିଙ୍କ କ୍ଲବରେ ନିଜକୁ ସ୍ଥାନିତ କରିଛନ୍ତି।

{"id":213503,"sizeSlug":"large"}

ତେବେ ସବୁଠୁ କମ୍ ଇନିଂସରେ ଏହି ସ୍କୋର ହାସଲ କରିବାରେ ଏବେବି ବିରାଟ କୋହଲି ଟପ୍‌ରେ ଅଛନ୍ତି। ତାଙ୍କ ପାଖକୁ ଅଛନ୍ତି ୨୦୫ ଇନିଂସରେ ୯୦୦୦ ରନ ହାସଲ କରିଥିବା ଦକ୍ଷିଣ ଆଫ୍ରିକୀୟ ବ୍ୟାଟସ୍‌ମ୍ୟାନ ଏବି ଡିଭିଲିୟର୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.