ମୁମ୍ବାଇ୬|୨: ଡେବ୍ୟୁ ଫିଲ୍ମ ‘କେଦାରନାଥ’ ରିଲିଜ ହେବା ପରେ ସାରା ଅଲ୍ଲୀ ଖାନ ଦର୍ଶକଙ୍କ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇଥିଲେ। ଆଗାମୀ ଦିନରେ ସାରାଙ୍କ ଅପକମିଂ ଫିଲ୍ମ ‘ଲଭ୍ ଆଜ୍ କଲ୍୨’ରିଲିଜ ହେବ। ଏହି ଫିଲ୍ମରେ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସାରା ଏବେ ଏହି ଫିଲ୍ମର ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରାଯାଉଛି।
{"id":220790,"sizeSlug":"large"}ତେବେ ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟି ସାରା-କାର୍ତ୍ତିକଙ୍କୁ ନିଜ ଆଗାମୀ ଫିଲ୍ମ ପାଇଁ କାଷ୍ଟ କରିବାକୁ ଚାହାଁନ୍ତି। ଏହି ବିଷୟରେ ରୋହିତ ନିଜେ ନେହା ଧୁପିୟାଙ୍କ ଚାଟ୍ ଶୋ'ରେ କହିଛନ୍ତି। ଯଦି ସେ ଚେନ୍ନାଇ ଏକ୍ସପ୍ରେସ୍ର ଦ୍ୱିତୀୟ ପାର୍ଟ ନିର୍ମାଣ କରିବେ ତାହେଲେ ନିଶ୍ଚିତ ଭାବେ ସେ ଏହି ଯୋଡିକୁ ସାଇନ୍ କରିବେ।
{"id":220791,"sizeSlug":"large"}ରୋହିତ ଏବେ ସୂର୍ଯ୍ୟବଂଶୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭନୟ କରିଛନ୍ତି। ଅପରପକ୍ଷରେ ସାରା-କାର୍ତ୍ତିକଙ୍କ 'ଲଭ୍ ଆଜ୍ କଲ୍-୨' ଫେବୃୟାରୀ ୧୪ରେ ମୁକ୍ତିଲାଭ କରିବ। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଇମ୍ତିଆଜ ଅଲ୍ଲି। ୨୦୦୯ ମସିହାରେ ରିଲିଜ ହୋଇଥିବା ‘ଲଭ୍ ଆଜ୍ କଲ୍’ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା। ଏଥିପାଇଁ ପୁଣି ଏହି ଫିଲ୍ମର ଆଉ ଏକ ପାର୍ଟ ନିର୍ମାଣ କରାଯାଇଛି।