Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

କରୋନା ଯୋଦ୍ଧାଙ୍କ ପାଇଁ ୧୧ ହୋଟେଲ୍ ଉପଲବ୍ଧ କରାଇଛନ୍ତି ଫିଲ୍ମ ନିର୍ଦେଶକ ରୋହିତ୍ ସେଟ୍ଟୀ

12/07/2020 at 12:55 PM

ମୁମ୍ବାଇ ୧୨/୦୭ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି | କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ସଂକ୍ରମଣ ରୋକିବା ପାଇଁ କାମ କରୁଛନ୍ତି | ମହାମାରୀରୁ ବର୍ତ୍ତିବା ପାଇଁ ଅନେକ ଲୋକ ନିଜ ତରଫରୁ ସରକାରଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରୁଛନ୍ତି | ଅନେକ ସେଲିବ୍ରିଟି ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି |

ବଲିଉଡା ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ନିର୍ଦେଶକ ରୋହିତା ସେଟ୍ଟୀ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ସେ ମୁମ୍ବାଇର ଖାକିଧାରୀ କରୋନା ଯୋଦ୍ଧାଙ୍କ ସାହାଯ୍ୟ ପାଇଁ ନିଜ ତରଫରୁ ୧୧ଟି ହୋଟେଲ ଉପଲବ୍ଧ କରାଇଛନ୍ତି | ଏ ସମ୍ପର୍କରେ ମୁମ୍ବାଇ ପୋଲିସ କମିଶନର ପରମ୍ ବୀର୍ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି | ସେ ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିଥିବାରୁ ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ | ସେ ମହାମାରୀ ଆରମ୍ଭରୁ ହିଁ ଖାକିଧାରୀ ମହିଳା ଓ ପୁରୁଷ ପୋଲିସକର୍ମୀଙ୍କୁ ନିରନ୍ତର ସମର୍ଥନ କରୁଛନ୍ତି | ସେ ମୁମ୍ବାଇରେ ଦାୟିତ୍ୱରେ ଥିବା ପୋଲିସକର୍ମୀଙ୍କ ପାଇଁ ୧୧ଟି ହୋଟେଲରେ ସୁବିଧା ଯୋଗାଇ ଦେଇଛନ୍ତି | ଏହା ପୂର୍ବରୁ ମଧ୍ୟ ରୋହିତ୍ ସେଟ୍ଟୀ ମୁମ୍ବାଇରେ ନିୟୋଜିତ କରୋନା ଯୋଦ୍ଧାଙ୍କ ପାଇଁ ୮ଟି ହୋଟେଲ୍ ଉପଲବ୍ଧ କରାଇଥିଲେ |

ଵର୍କ ଫ୍ରଣ୍ଟ କଥା ଦେଖିବାକୁ ଗଲେ ରୋହିତ ସେଟ୍ଟୀ ନିର୍ଦେଶିତ ସୂର୍ଯ୍ୟବଂଶୀ ମାର୍ଚ୍ଚ ୨୪ ତାରିଖରେ ରିଲିଜ ହେବାକୁ ଥିଲା | କିନ୍ତୁ କରୋନା ଓ ଲକଡାଉନ ଯୋଗୁଁ ଫିଲ୍ମ ରିଲିଜ ତାରିଖ ସ୍ଥଗିତ ରଖାଯାଇଛି | ପ୍ରାପ୍ତ ସୂଚନା ଅନୁଯାୟୀ, ସୂର୍ଯ୍ୟବଂଶୀ ଚଳିତ ଦୀପାବଳିରେ ରିଲିଜ ହୋଇପାରେ | ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ଅଭିନୟ କରିଛନ୍ତି |

   Related Posts