Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋହିତ ତିୱାରୀ ହତ୍ୟାକାଣ୍ଡ : ତିହାର ଜେଲ ଗଲେ ପତ୍ନୀ ଅପୂର୍ବା

26/04/2019 at 4:21 PM

ଦିଲ୍ଲୀ ୨୬/୪ : ରୋହିତ ଶେଖର ତିୱାରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପତ୍ନୀ ଅପୂର୍ବା ତିୱାରୀଙ୍କୁ କ୍ରାଇମବ୍ରାଞ୍ଚ ସାକେତ କୋର୍ଟରେ ପେଶ କରିଥିଲେ | କୋର୍ଟ ଅପୂର୍ବାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି | ଅପୂର୍ବାଙ୍କୁ ଚଷମା ପିନ୍ଧିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି | ଅପୂର୍ବା ଅଲଗା ବେରକରେ ରହିବା ପାଇଁ କୋର୍ଟରେ ନିବେଦନ କରିଥିଲେ | ଅପୂର୍ବାଙ୍କ ନିବେଦନକୁ କୋର୍ଟ ଖାରଜ କରିଛନ୍ତି |


ରୋହିତ ତିୱାରୀ ହତ୍ୟାକାଣ୍ଡ ମାମଲାରା ପର୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ | ନିଜେ ଅପୂର୍ବା ରୋହିତଙ୍କ ଗଳା ଦବାଇ ତାଙ୍କର ହତ୍ୟା କରିଥିଲେ | ସେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି | ତେବେ ଉତ୍ତେଜିତ ହୋଇ ସେ ଏହିଭଳି ପଦକ୍ଷେପ ନେଇଥିବା କହିଥିଲେ | ସୂଚନାଯୋଗ୍ୟ ଯେ, ୧୦ ମାସ ପୂର୍ବରୁ ରୋହିତ ଏବଂ ଅପୂର୍ବାଙ୍କ ବିବାହ ହୋଇଥିଲା |


ହତ୍ୟାକାଣ୍ଡରା ତଦନ୍ତ କରୁଥିବା ପୋଲିସ ଅଧିକାରୀ ରାଜୀବ ରଞ୍ଜନ କହିଛନ୍ତି ଯେ, ଏପ୍ରିଲ ୧୬ ତାରିଖରେ ରୋହିତ ଓ ଅପୂର୍ବାଙ୍କ ମଧ୍ୟରେ ମାରପିଟ ହୋଇଥିଲା | ଅନ୍ୟ ଜଣେ ମହିଳାଙ୍କ ସହ ମିଶି ରୋହିତ ମଦ ପିଉଥିବା ଜାଣିପାରିଥିଲେ ଅପୂର୍ବା | ଯେଉଁଥିପାଇଁ ଉଭୟ ମଧ୍ୟରେ ଝଗଡା ହୋଇଥିଲା | ଝଗଡା ହଠାତ ହତ୍ୟାରା ରୂପ ନେଇଥିଲା | ରୋହିତଙ୍କୁ ହତ୍ୟା କରିବା ପରେ ସବୁ ପ୍ରମାଣ ନଷ୍ଟ କରିଦେଇଥିଲେ ଅପୂର୍ବା | ଗୋଟିଏ ଘଣ୍ଟା ଭିତରେ ରୋହିତଙ୍କୁ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିଦେଇଥିଲେ ଅପୂର୍ବା |


ସୂଚନାଯୋଗ୍ୟ ଯେ, ୨୦୧୮ ମେ ୧୨ ତାରିଖରେ ରୋହିତ ଏବଂ ଅପୂର୍ବାଙ୍କ ବିବାହ ହୋଇଥିଲା | ଦିଲ୍ଲୀରା ଏକ ପାଞ୍ଚ ତାରକା ହୋଟେଲରେ ବିବାହ ସମାରୋହ ଆୟୋଜନ କରାଯାଇଥିଲା | ବିବାହ ସମାରୋହରେ ଦେଶରା ଅନେକ ବଡ ବଡ ନେତା ସାମିଲ ହୋଇଥିଲେ | ପୁଅରା ବିବାହ ପରେ ଉଜ୍ଜ୍ଵଳା ବହୁତ ଖୁସି ଥିଲେ | କିନ୍ତୁ ବିବାହରା କିଛି ଦିନ ପରେ ରୋହିତ ଓ ଅପୂର୍ବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା | ଅପୂର୍ବା ରୋହିତଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ |

   Related Posts