Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ରୋହିତ ଶର୍ମା ହେବେ ଭାରତୀୟ ଟି-୨୦ ଦଳର ଅଧିନାୟକ, ବିଶ୍ଵ କପ୍ ପରେ ହେବ ଆନୁଷ୍ଠାନିକ ଘୋଷଣା !

20/10/2021 at 4:09 PM

ନୂଆଦିଲ୍ଲୀ ୨୦।୧୦: ବିରାଟ କୋହଲି ଟି-୨୦ ବିଶ୍ଵ କପ୍ ପରେ ଭାରତୀୟ ଟି-୨୦ ଅଧିନାୟକ ପଦ ଛାଡିବେ। ହେଲେ ବିସିସିଆଇ ଆନୁଷ୍ଠାନିକ ଭାବେ ଟି-୨୦ ଦଳର ଅଧିନାୟକ କିଏ ହେବ ତାର ଘୋଷଣା କରି ନାହିଁ। ମାତ୍ର ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୀମିତ ଓଭର କ୍ରିକେଟ୍ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଟି-୨୦ ଦଳର ଅଧିନାୟକ କରାଯିବ।

ଇନସାଇଡ୍  ସ୍ପୋର୍ଟ୍ସ ଆନୁଯାୟୀ, ରୋହିତ ଶର୍ମା ହିଁ  ଭାରତର ପରବର୍ତ୍ତୀ ଟି-୨୦ ଦଳର ଅଧିନାୟକ ହେବେ। ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନୁହେଁ ଯେ, ବିରାଟଙ୍କ ପରେ ରୋହିତ ଦଳର ଅଧିନାୟକ ଦାୟିତ୍ଵ ଗ୍ରହଣ କରିବେ। ବିରାଟ କୋହଲି ଘୋଷଣା କରି ସାରିଛନ୍ତି ଯେ, ଅଧିକ କାର୍ଯ୍ୟଚାପ କାରଣରୁ ସେ ଟି-୨୦ ବିଶ୍ଵ କପ୍ ପରେ ଟି-୨୦ ଦଳର ଅଧିନାୟକ ପଦ ଛାଡିଦେବେ। ଏହା ପରେ ଭାରତୀୟ କ୍ରିକେଟ୍‌ ଦଳରେ ଦୁଇ ଜଣ ଅଧିନାୟକଙ୍କୁ ଦେଖିବାକୁ ମିଳିବ।

୨୦୧୪ରେ ମହେନ୍ଦ୍ର ସିଂହ ଧୋନୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ କୋହଲିଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା। ଏହା ପରେ ବିରାଟ କୋହଲି ୨୦୧୭ରେ ଭାରତୀୟ ଟି-୨୦ ଦଳର ଅଧିନାୟକ ହୋଇଥିଲେ। ତେବେଠୁ କୋହଲି ୪୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ  ଭାରତର ନେତୃତ୍ଵ ନେଇ ସାରିଛନ୍ତି। ତାଙ୍କ ନେତୃତ୍ଵରେ  ଭାରତ ୬୫.୧୧ ବିଜୟ ପ୍ରତିଶତ ସହ ୨୭ଟି ମ୍ୟାଚ୍ ଜିତିଛି।

ରୋହିତ ଶର୍ମା ୫୯.୬୮ ବିଜୟ ପ୍ରତିଶତ ସହ ପାଞ୍ଚ ଥର ଟାଇଟଲ୍ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ। ସେ ଭାରତ ପାଇଁ ୧୯ଟି ଟି-୨୦ ମ୍ୟାଚ୍‌ରେ ଦଳର ନେତୃତ୍ଵ ନେଇଛନ୍ତି। ଏଥିରୁ ଭାରତ ୧୫ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଦଳର ବିଜୟ ପ୍ରତିଶତ ୭୮.୯୪ ରହିଛି। ଅଧିନାୟକ ଭାବେ ରୋହିତଙ୍କ ପ୍ରଥମ  ବଡ ସଫଳତା ୨୦୧୮ରେ ନିଦହାସ ଟ୍ରଫି ଥିଲା। ରୋହିତ ଶର୍ମା ଦଳର ନେତୃତ୍ଵ ନେବା ସହ ବଡ ସ୍କୋର କରିଛନ୍ତି।

   Related Posts