ପନ୍ତଙ୍କ ପାଇଁ ବାହାରିଲେ ଏହି ବିସ୍ପୋରକ ବ୍ୟାଟସମ୍ୟାନ, କହିଲେ ‘ସେ ଏବେ ମାତ୍ର ୨୦-୨୧ ବର୍ଷର ଅଟନ୍ତି, ସମୟ ଅଛି’

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ, ୦୮|୦୪:  କରୋନା ଭାଇରସ ପାଇଁ ଭାରତୀୟ ଦଳ ଏବେ କ୍ରିକେଟରୁ ଦୂରରେ ରହିଛି । ଯେତେବେଳେ ଦଳ ଖେଳୁଥିଲା ସେତେବେଳେ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ଫର୍ମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହି ବାମହାତୀ ବ୍ୟାଟସମ୍ୟାନ କିପିଂ କିମ୍ବା ବ୍ୟାଟିଂ କୌଣସି ଥରେ ସକ୍ଷମ ହୋଇନଥିଲେ । ଏବେ ରୋହିତ ଶର୍ମା ପନ୍ତଙ୍କ ପାଇଁ ବାହାରିଛନ୍ତି ।

{"id":250878,"width":748,"height":561,"sizeSlug":"large"}

ଯୁବରାଜ ସିଂଙ୍କ ସହ ଇନଷ୍ଟାଗ୍ରାମର ଏକ ଲାଇଭ ଚାଟରେ ରୋହିତ କହିଛନ୍ତି ଯେ, ପନ୍ତଙ୍କୁ ନେଇ ଗଣମାଧ୍ୟମ ଓ ଫ୍ୟାନ ଅସନ୍ତୁଷ୍ଟ ଅଛନ୍ତି ।ପନ୍ତଙ୍କ ବିଷୟରେ ଲେଖିବା ବେଳେ ମିଡିଆ ଯତ୍ନବାନ ହେବା ଆବଶ୍ୟକ । ଫ୍ୟାନମାନେ ପନ୍ତଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଅନ୍ୟ ଦଳ ମଧ୍ୟ ବିଜୟ ହେବା ପାଇଁ ଖେଳୁଛନ୍ତି ।

ହିଟମ୍ୟାନ ଆହୁରି କହିଛନ୍ତି ଯେ, ପନ୍ତ ଏବେ ୨୦-୨୧ ବର୍ଷର ଅଛନ୍ତି । ତାଙ୍କ ପାଖରେ ସମୟ ରହିଛି ।  ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ମିଡିଆର କାମ ହେଉଛି ଲେଖିବା । ମିଡିଆ ହିଁ କୌଣସି ଖେଳାଳିର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପନ୍ତଙ୍କ ସହ ଅଧିକରୁ ଅଧିକ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.