ଭାରତ ବନାମ ଦକ୍ଷିଣ ଆଫ୍ରିକା ଟଷ୍ଟ ସିରିଜ୍: ଶେଷ ମ୍ୟାଚ୍ ରେ ରୋହିତଙ୍କ ଶତକ, ଜାଣନ୍ତୁ ଭାଙ୍ଗିଲେ କାହାର ରେକର୍ଡ

Published By : Prameya-News7 Bureau | October 19, 2019 IST

ରାଞ୍ଚୀ : ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ରେ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। କେବଳ ରୋହିତ ନୁହଁନ୍ତି ଆଜିଙ୍କ୍ୟ ରାହାଣେ ମଧ୍ୟ ଶତକ ଆଡକୁ ମୁହାଁଇଛନ୍ତି। ଖେଳ ଆରମ୍ଭରୁ ଭାରତ କିଛି ସମୟ ଲାଗି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ରୋହିତ କ୍ରିଜକୁ ଆସିବା ପରେ ସ୍ଥିତିକୁ ସମ୍ଭାଳି ନେଇଥିବା ବେଳେ ମଧ୍ୟାହ୍ନ ବିରତି ପରେ ଶତକ ହାସଲ କରିଛନ୍ତି। ରୋହିତ ଏବେ ୧୧୭ ରନ ସହ କ୍ରିଜରେ ଥିବା ବେଳେ ରାହାଣେ ୮୩ ରନ କରି ଖେଳୁଛନ୍ତି। ଟିମ ୩ ୱିକେଟ୍ ବିନିମୟରେ ହାସଲ କରିଛି ୨୨୪ ରନ୍ ।  

{"id":171749}

ସାଉଥ ଆଫ୍ରିକା ବିରୋଧରେ ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଶନିବାର ରାଞ୍ଚୀରେ ଆରମ୍ଭ ହୋଇଛି।  ଟସ୍ ଜିତି ଭାରତ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେବା ଯୋଗୁ କିଛି ସମୟ ଲାଗି ଦୋହଲି ଯାଇଥିଲା। ଟିମ୍ ଇଣ୍ଡିଆର ଓପ୍ନର ମୟଙ୍କ ଅଗ୍ରୱାଲ ଓ ଚେତେଶ୍ୱର ପୂଜାର ଦକ୍ଷିଣ ଆଫ୍ରିକୀୟ ବୋଲର କାସିଗୋ ରାବାଡାଙ୍କ ବଲରେ ଆଉଟ୍ ହୋଇ ପାଭଲିୟନକୁ ଫେରିଥିଲେ। ପରେ ରୋହିତ ଶର୍ମା କ୍ରିଜକୁ ଓହ୍ଲାଇ ସ୍ଥିତିକୁ ସମ୍ଭାଳିବାକୁ ଉଦ୍ୟମ କରୁଥିବା ବେଳେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲୀ ୧୨ ରନ କରି ଆଉଟ୍ ହୋଇଯାଇଛନ୍ତି। 

{"id":171750}

ଏବେ କ୍ରିଜ୍ ରେ ରୋହିତ ଓ ରାହାଣେ ସ୍ଥିତିକୁ ସମ୍ଭାଳିବାକୁ ଉଦ୍ୟମ କରୁଛନ୍ତି। ରୋହିତଙ୍କ କ୍ୟାରିୟରର ଏହା ଷଷ୍ଠ ଟେଷ୍ଟ ମ୍ୟାଚ୍।  ଚଳିତ ସିରିଜରେ ତାଙ୍କର ଏହା ତୃତୀୟ ଶତକ। ଏହି ଶତକ ସହିତ ରୋହିତ ତାଙ୍କ କ୍ୟାରିୟରର ୨ହଜାର ରନ ପୁରଣ କରିଥିବା ବେଳେ ଦ୍ୱିତୀୟ ଭାରତୀୟ ଟେଷ୍ଟ ବ୍ୟାଟସ୍ ମ୍ୟାନର ମାନ୍ୟତା ହାସଲ କରିଛନ୍ତି ଯିଏ ସିରିଜରେ ଲଗାତାର ଶହେ ବା ତତୋଧିକ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ଏହା ପୂର୍ବରୁ ଦିଗ୍ଗଜ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ନାମରେ ଏହି ରେକର୍ଡ ଥିଲା। ତେବେ ଗାଭାସ୍କର ପୃଥକ ପୃଥକ ୩ଟି ସିରିଜରୁ ୩ ଥର ଶତକ ହାସଲ କରିଥିଲେ। ତେବେ ପାଗ ଖରାପ ଯୋଗୁ ମ୍ୟାଚ୍ କୁ ଅଟକାଇ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.