ଭାରତ-ଦକ୍ଷିଣ ଆଫ୍ରିକା ବିଶାଖାପଟ୍ଟନମ ଟେଷ୍ଟରେ ଭାରତର ଭଲ ଆରମ୍ଭ : ରୋହିତ କଲେ ଶତକ

Published By : Prameya-News7 Bureau | October 02, 2019 IST

ବିଶାଖାପଟ୍ଟନମ ୨|୧୦; ଭାରତ –ଦକ୍ଷିଣ ଆଫ୍ରିକା ଗାନ୍ଧି ମାଣ୍ଡେଲା ଫ୍ରିଡମ ଟ୍ରଫି ସିରଜର ବିଶାଖାପଟ୍ଟନମ ଟେଷ୍ଟରେ ଭାରତର ଭଲ ଆରମ୍ଭ । ପ୍ରଥମ ଦିନରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦେଖିବାକୁ ମିଳିଥିଲା ଆଧିପତ୍ୟ। ଟେଷ୍ଟରେ ଓପନର ଭାବେ ପ୍ରଥମ ପାଳିରେ ରୋହିତ ଶର୍ମା ଜମାଇଛନ୍ତି ଶତକ। ଟେଷ୍ଟ ମ୍ୟାଚରେ ଏହା ଥିଲା ରୋହିତଙ୍କ ଚତୁର୍ଥ ଶତକ। ଓପନର ଭାବେ ପ୍ରଥମ ପାଳିରେ ଶତକ ହାସଲ କରିବାରେ ରୋହିତ ବନିଛନ୍ତି ଚତୁର୍ଥ ଭାରତୀୟ।

{"id":165468}

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ବିଶାଖାପଟ୍ଟନମ ଟେଷ୍ଟରେ ଭାରତର ଭଲ ଆରମ୍ଭ। ଚା ପାନ ବିରତି ସୁଦ୍ଧା ଭାରତ କୌଣସି ୱିକଟେ ନ ହରାଇ କରିଛି ୨୦୨ ରନ୍ । ରୋହିତ ୧୧୫ ରନ୍ ଓ ମୟଙ୍କ ଅଗ୍ରୱାଲ ୮୪ ରନ କରି କ୍ରିଜରେ ଅପରାଜିତ ରହିଛନ୍ତି। ତେବେ ମ୍ୟାଚରେ ବର୍ଷା ସାଜିଛି ବାଧକ। ଖରାପ ଆଲୁଅ  ଓ ମେଘାଚ୍ଛନ ଆକାଶ ପାଇଁ  ନିର୍ଦ୍ଧାରିତ ସମୟ ପୂର୍ବରୁ ଫିଲ୍ଡ ଅମ୍ପାୟାର ନେଇଥିଲେ  ଟି ବ୍ରେକ୍ ।

{"id":165469}

ପ୍ରଥମ ଦିନରେ ମ୍ୟାଚରେ ଖେଳାଯାଇଥିବା ଦୁଇଟି ଅଧିବେଶନରେ ଭାରତୀୟ ବ୍ୟାଟସମ୍ୟାନମାନଙ୍କ ଆଧିପତ୍ୟ  ଦେଖିବାକୁ ମିଳିଛି । ବିଶେଷକରି ଟେଷ୍ଟ ମ୍ୟାଚରେ ଓପନର ଭାବେ ଇନିଂସ ଆରମ୍ଭ କରିଥିବା ହିଟମ୍ୟାନ ରୋହିତ ସମସ୍ତଙ୍କ ଭରସା ଜିତିଛନ୍ତି।

{"id":165470}

ଟେଷ୍ଟ ଫର୍ମାଟରେ ଓପନରଭାବେ ପଦାର୍ପଣ କରିଥିବା  ରୋହିତ ପ୍ରଥମ ମ୍ୟାଚରେ ଶତକ ଜମାଇ ଟିମ୍ ମ୍ୟାନେଜମେଣ୍ଟର ନିର୍ଣ୍ଣୟକୁ ସଠିକ୍ ପ୍ରମାଣିତ କରିଛନ୍ତି। ରୋହିତ ୧୫୨ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଟେଷ୍ଟ ମ୍ୟାଚରେ ଏହା ଥିଲା ରୋହିତଙ୍କ ଚତୁର୍ଥ ଶତକ। ଓପନର ଭାବେ ପ୍ରଥମ ପାଳିରେ ଶତକ ହାସଲ କରିବାରେ ରୋହିତ ବନିଛନ୍ତି ଚତୁର୍ଥ ଭାରତୀୟ। ପୂର୍ବରୁ ଓପନରଭାବେ ପ୍ରଥମ ପାଳିରେ ଶତକ ହାସଲ କରିଛନ୍ତି ଶିଖର ଧାୱନ, ଲୋକେଶ ରାହଲ, ପୃଥ୍ବୀ ଶ।

{"id":165471}

୨୪ଟି ଇନିଂସ ପରେ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନରଙ୍କ ମଧ୍ୟରେ ଶତକୀୟ ପାଳି ଦେଖିବାକୁ ମିଳିଛି। ଶେଷ ଥର ପାଇଁ ଆଫଗାନିସ୍ତାନ ବିପକ୍ଷରେ  ଶିଖର ଧାୱନ-ମୁରଲି ବିଜୟ ଶତକୀୟ ପାଳି ଖେଳିଥିଲେ।ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି। ୨୦୧୩ ପରଠାରୁ କୌଣସି ଘରୋଇ ସିରିଜ ହାରିନି ଭାରତ।ତେଣୁ ଏହି ଧାରା ବଜାୟ ରଖିବାକୁ ଚାହିଁବେ ଅଧିନାୟକ କୋହଲି।

{"id":165472}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.