Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରୋହିତ ଶର୍ମା ଓପନର୍‌ ଭାବେ କରିବେ ଏହି ନୂତନ ବିଶ୍ୱ ରେକର୍ଡ !

26/01/2020 at 12:51 PM

ନୂଆଦିଲ୍ଲୀ ୨୬।୦୧: ଭାରତୀୟ ଓପନର ବ୍ୟାଟସମ୍ୟାନ ରୋହିତ ଶର୍ମା ରବିବାର ଦିନ ଏକ ନୂତନ ରେକର୍ଡ କରିବାର ସମ୍ଭାବନା ରହିଛି । ଅକଲାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିରଜର ୨ୟ ମ୍ୟାଚ୍‌ରେ ଏହି ବିଶ୍ବ ରେକର୍ଡ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତୀୟ ଟିମ୍‌ ୫ଟିକିଆ ଟି-ଟ୍ବେଣ୍ଟି ସିରିଜ୍‌ର  ଭାରତ ପ୍ରଥମ ମ୍ୟାଚ୍‌କୁ ୬ଓ୍ବିକେଟ୍‌ରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି ।

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ବା ହିଟ୍‌ ମ୍ୟାନ୍ ୨ୟ ମ୍ୟାଚ୍‌ରେ ୫୬ରନ୍‌ କରିବେ , ତେବେ ସେ ବିଶ୍ବରେ ୪ର୍ଥ ଭାରତୀୟ ଭାବେ ଏକ ବିଶ୍ବ ରେକର୍ଡ ନିଜ ନାମରେ କରିବେ । ଯଦି ହିଟ୍‌ମ୍ୟାନ୍‌ ଏହି ମ୍ୟଚ୍‌ରେ ବ୍ୟକ୍ତିଗତ ଭାବେ ୫୬ରନ୍‌ କରୁଛନ୍ତି , ତେବେ ସେ ୪ର୍ଥ ଭାରତୀୟ ଓପନର ଭାବେ ୧୦ହଜାର ରନ୍ ସଂଗ୍ରହ କରିବାର ରେକର୍ଡ କରିପାରିବେ । ରୋହିତଙ୍କ ପୂର୍ବରୁ  କେବଳ ୩ଜଣ ଭାରତୀୟ ଏହି ରେକର୍ଡ କରିଛନ୍ତି ।

ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦ହଜାର ବା ଏହାଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ୩ ଭାରତୀୟ ଓପନର ସୁନୀଲ ଗାଭାସ୍କର ୧୨୨୫୮, ସଚ୍ଚିନ ତେନ୍ଦୁଲକର ୧୫୩୧୦,  ବିରେନ୍ଦ୍ର ସେହଓ୍ବାଗ ୧୬୧୧୯ ରନ୍‌ କରିଛନ୍ତି । ତେବେ ଦେଖିବାକୁ ରହିଲା ଆଜିର ମ୍ୟାଚ୍‌ରେ ହିଟ୍‌ମ୍ୟାନ୍‌ ଏହି ରେକର୍ଡ କରୁଛନ୍ତି । ନା ଭାରତୀୟ କ୍ରିକେଟ ପ୍ରଂଶସକଙ୍କ ପାଇଁ ଆଉ କିଛି ମ୍ୟାଚ୍‌ ଅପେକ୍ଷା କରିବାକୁ ପଡିବ ।

ଆନ୍ତର୍ଜାତୀୟ କ୍ରିକେଟ୍‌ରେ ରୋହିତ ଶର୍ମା ୩୬୧ ଟି ମ୍ୟାଚ୍‌ ଖେଳି ୧୩୮୯୬ ରନ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୩୯ଟି ଶତକ ଓ ୭୨ ଟି ଅର୍ଦ୍ଧଶତକ ରହିଛି । ରୋହିତ ୨୧୯ଟି ମ୍ୟାଚ୍‌ରେ ଓପନିଂ କରି ମୋଟ ୯୯୪୪ରନ୍ ସଂଗ୍ରହ କରିଛନ୍ତି । ହିଟ୍‌ମ୍ୟାନ୍‌ ବା ରୋହିତ ଶର୍ମା ୧୦୫ଟି ଆନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳି ୨୬୪୦ ରନ କରିବା ସହ ୪ଶତକ, ୧୯ଟି ଅର୍ଦ୍ଧଶତକ କରିଛନ୍ତି ।

   Related Posts