Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

‘ବିରାଟଙ୍କ ଅନୁପସ୍ଥିତିରେ ରୋହିତଙ୍କୁ ଦିଆଯାଉ ଟେଷ୍ଟ୍ କ୍ୟାପ୍ଟେନ୍ ଦାୟିତ୍ୱ’, ପରାମର୍ଶ ଦେଲେ ଏହି ପୂର୍ବତନ ଖେଳାଳି

10/11/2020 at 3:29 PM

ନୂଆଦିଲ୍ଲୀ, ୧୦୧୧ଆଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । କିନ୍ତୁ ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ ଏହାକୁ ନେଇ ଖୁସି ନାହାଁନ୍ତି । ରାହାଣେଙ୍କ ବଦଳରେ ଅଧିକ ଅନୁଭବୀ ରୋହିତ ଶର୍ମାଙ୍କୁ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ଭାର ଦିଆୟାଉ ବୋଲି ପଠାନ କହିଛନ୍ତି ।

ବିରାଟ କୋହଲି ପ୍ରଥମ ଟେଷ୍ଟ୍ ପରେ ଅନ୍ୟ ଦୁଇଟି ଟେଷ୍ଟ୍ ଖେଳିବେ ନାହିଁ । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସେହି ସମୟରେ ମାତୃତ୍ୱ ଲାଭ କରିବା ନେଇ ଡାକ୍ତର କହିଛନ୍ତି । ତେଣୁ କୋହଲି ସ୍ୱଦେଶ ଫେରି ଆସିବେ । ଏହାକୁ ନେଇ ଦଳ ଉପରେ ବଡ ପ୍ରଭାବ ପଡିପାରେ । କାରଣ ୨ ବର୍ଷ ତଳେ ବିରାଟଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ୍ ସିରିଜ ଜିତିଥିଲା । ପଠାନ କହିଛନ୍ତି ଯେ, ବିରାଟ ନଥିଲେ ଦଳ ସନ୍ତୁଳନ ହରାଇବାର ସମ୍ଭାବନା ରହିଛି । କୋହଲିଙ୍କ ସ୍ଥାନ ନେବା କଠିନ । ତେବେ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କୁ ରାହାଣେଙ୍କ ପରିବର୍ତ୍ତେ ଦଳର ନେତୃତ୍ୱ ଦେବା ଉଚିତ ।  

ସେ ଆହୁରି କହିଛନ୍ତି ଯେ, ରୋହିତ ପୂର୍ବରୁ ନିଜର ଦକ୍ଷତା ଦେଖାଇ ସାରିଛନ୍ତି । ୨୦୦୮ରେ ନୂଆ ଖେଳିବା ବେଳେ ରୋହିତ ଅଷ୍ଟ୍ରେଲିଆ ପିଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ । ଆହତ ସମସ୍ୟାରୁ ମୁକୁଳିବା ପରେ ସେ ଭଲ ଖେଲିବା ପାଇଁ ବ୍ୟଗ୍ର ଅଛନ୍ତି ।ରୋହିତ ବିପକ୍ଷ ଦଳ ପାଇଁ ମୁଣ୍ଡବ୍ୟଥା ମଧ୍ୟ ପାଲଟିଛନ୍ତି ।

ସୂଚନାଯୋଗ୍ୟ, ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଆଇପିଏଲ ଚାମ୍ପିଅନ ହୋଇଛି । ଏହାସହ ହିଟମ୍ୟାନଙ୍କ ଅଧିନାୟକତ୍ୱରେ ଦଳ ନିଦହାସ ଟ୍ରଫି,ଏସିଆ କପ୍ ଜିତିପାରିଛି । ରୋହିତ ନିଜକୁ ପ୍ରମାଣିତ ମଧ୍ୟ କରିପାରିବେ ।

   Related Posts