Monday, February 18, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସିଆ କପ ୨୦୧୮ରେ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ହେବେ ଅଧିନାୟକ

ଏସିଆ କପ ୨୦୧୮ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବେ ରୋହିତ ଶର୍ମା | ଇଂଲଣ୍ଡ ଟୁର ପରେ ଅଧିନାୟକ ବିରାଟ କୋହଲିଙ୍କୁ ଚୟନକର୍ତ୍ତାମାନେ ବିଶ୍ରାମ ଦେଇଛନ୍ତି | ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ୟୁଏଇ ଠାରେ ଏସିଆ କପ ୨୦୧୮ ଆରମ୍ଭ ହୋଇ ସେପ୍ଟେମ୍ବର ୨୮ରେ ସରିବ | ସେପ୍ଟେମ୍ବର ୧୮ ତାରିଖରେ ଭାରତ ପ୍ରଥମ ମ୍ୟାଚ ଖେଳିବ | ଏସିଆ କପରେ ଭାରତ ବ୍ୟତୀତ ଆୟୋଜକ ଦେଶ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ଥାନ ଅଂଶ ଗ୍ରହଣ କରୁଛନ୍ତି |

ଆଜି ଘୋଷିତ ୧୬ ଜଣିଆ ଭାରତୀୟ ଦଳରେ ଅଛନ୍ତି – ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ( ଉପ-ଅଧିନାୟକ), କେ.ଏଲ.ରାହୁଲ, ଅମ୍ବାତି ରାଇଡ଼ୁ, ମନୀଷ ପାଣ୍ଡେ, କେଦାର ଯାଦବ, ଏମ.ଏସ.ଧୋନୀ, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଭେନ୍ଦ୍ର ଚହାଲ, ଆଝାର ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଶାର୍ଦ୍ଦୁଲ ଠାକୁର, ଖାଲିଲ ଅହମଦ |

704 Views

   ସମ୍ବନ୍ଧିତ ଖବର