ଦିନେଶ କାର୍ତ୍ତିକଙ୍କ ବ୍ୟାଟ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ ଶର୍ମା, ଦଳକୁ ଦେଇଥିଲେ ବିଜୟ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୧।୦୬: ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ତଥା କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ ମଙ୍ଗଳବାର ନିଜର ଜନ୍ମ ଦିନ ପାଳନ କରୁଛନ୍ତି। ସୀମିତ ଓଭର କ୍ରିକେଟରେ ସବୁଠୁ ଅନୁଭବୀ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ଦିନେଶ କାର୍ତ୍ତିକ ୨୦୦୪ରେ ଭାରତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ସେ ୨୦୦୭ ଟି-୨୦ ବିଶ୍ଵ କପ୍ ବିଜେତା ଦଳର ସଦସ୍ୟ ଥିଲେ। ଏଥିସହ ୨୦୧୩ ଚମ୍ପିଆନ୍ସ ଟ୍ରଫି ଜିତିଥିବା ଦଳର ସଦସ୍ୟ ମଧ୍ୟ ଥିଲେ।

ମହେନ୍ଦ୍ର ସିଂହ ଧୋନୀଙ୍କଠୁ ମାତ୍ର ତିନି ମାସ ପୂର୍ବେ ଡେବ୍ୟୁ କରିଥିବା ଦିନେଶ କାର୍ତ୍ତିକ ନିୟମିତ ଦଳରୁ ବାଦ୍ ପଡୁଥିଲେ ଏବଂ ସାମିଲ ହେଉଥିଲେ। ତାଙ୍କୁ ଭାରତୀୟ ଦଳର ଅନେକ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳିଛି। କାର୍ତ୍ତିକଙ୍କ ହିଟମ୍ୟାନ୍ ରୋହିତ ଶର୍ମାଙ୍କ ସହିତ ଅନେକ ଖେଳାଳିଙ୍କ ସହ ମଧୁର ସଂପର୍କ ରହିଛି। ରୋଚକ କଥା ଏହା ଯେ, ୨୦୦୭ ଟି-୨୦ ବିଶ୍ଵ କପରେ ରୋହିତଙ୍କ କ୍ୟାରିୟରକୁ ନୂତନ ମୋଡ ଦେବାରେ ମଧ୍ୟ ଦିନେଶ କାର୍ତ୍ତିକଙ୍କ ଭୂମିକା ରହିଛି। ରୋହିତ ଉକ୍ତ ବିଶ୍ଵ କପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ପ୍ରଥମ ଅର୍ଦ୍ଧଶତକ ଦିନେଶ କାର୍ତ୍ତିକଙ୍କ ବ୍ୟାଟ୍‌ରୁ ଆସିଥିଲା।  

wp:html /wp:html

କାର୍ତ୍ତିକ ଗୌରବ କପୁରଙ୍କ ସହ 'ବ୍ରେକଫାଷ୍ଟ ଓ୍ଵିଥ୍ ଚମ୍ପିଆନ'ରେ ଖୁଲାସା କରିଥିଲେ ଯେ, ରୋହିତ ଶର୍ମା କିଙ୍ଗ୍ସମିଡ୍, ଡର୍ବାନରେ ତାଙ୍କ ବ୍ୟାଟ୍‌ରେ ବ୍ୟାଟିଂ କରି ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାକୁ ନେଇ ମୁଁ ଗର୍ବିତ। ମ୍ୟାଚ୍‌ରେ  ବ୍ୟାଟିଂ ପୂର୍ବରୁ ମୁଁ ରୋହିତଙ୍କୁ ଏହା ଖରାପ ବ୍ୟାଟ୍  ବୋଲି କହିଥିଲି। ରୋହିତ କହିଥିଲେ, କଣ ତୁମକୁ ଲାଗୁନାହିଁ ଏହା ଭଲ ବ୍ୟାଟ୍ ବୋଲି ? ତେବେ ମୋତେ ଦେଇ ଦିଅ।

କାର୍ତ୍ତିକ କହିଛନ୍ତି, ଏହା ପରେ ମୁଁ ନିଜ ବ୍ୟାଟ୍ ରୋହିତଙ୍କୁ ଦେଇ ଦେଲି। ସେହି ଦିନ ରୋହିତ ଉକ୍ତ ବ୍ୟାଟ୍‌ ଧରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡିଆକୁ ଓହ୍ଲାଇଥିଲେ ଏବଂ ଦମଦାର ଇନିଂସ ଖେଳିଥିଲେ। ମୋତେ ସେହି ଦିନର ଘଟଣା ଆଜି ମଧ୍ୟ ମନେ ଅଛି। ଏହି ପରି ସ୍ମୁତି ମୋ ପାଇଁ ଗୁରୁତ୍ଵ ବହନ କରେ ବୋଲି କାର୍ତ୍ତିକ କହିଛନ୍ତି।

ରୋହିତ ଶର୍ମା ଉକ୍ତ ମ୍ୟାଚ୍‌ରେ ୪୦ ବଲରୁ ୫୦ ରନର  ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଡର୍ବାନରେ ଖେଳା ଯାଇଥିବା ଏହି ମୁକାବିଲାରେ ଭାରତ ୩୭ ରନରେ ବିଜୟୀ ହୋଇଥିଲା। ରୋହିତ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.