ଦକ୍ଷିଣ ଆଫ୍ରିକା ବିରୋଧରେ ରୋହିତଙ୍କ ଶତକ, ଟେଷ୍ଟ ଶତକ ସଂଖ୍ୟା ପହଞ୍ଚିଲା ୪ରେ

Published By : Prameya-News7 Bureau | October 02, 2019 IST

ବିଶାଖାପାଟଣା : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଟିକିଆ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଉଛି। ପ୍ରଥମ ଦିନ ମ୍ୟାଚ୍ ର ଦ୍ୱିତୀୟ ଅଧିବେଶନରେ ରୋହିତ ଶର୍ମା ଶତକ ପୂରଣ କରିଛନ୍ତି। ରୋହିତ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପ୍ନିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା ବେଳେ ଟେଷ୍ଟ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଛନ୍ତି। ତେବେ ଏହି ଶତକ ସେ ପୁଣି ଘରୋଇ ପିଚ୍ ରେ ହାସଲ କରିଛନ୍ତି।

{"id":165407}

ରୋହିତ ପୂର୍ବରୁ ୩ଟି ଟେଷ୍ଟର ଶତକ  ବି ଘରୋଇ ପିଚ୍ ରେ ହାସଲ କରିଥିଲେ। ରୋହିତ ତାଙ୍କର ଏପର୍ଯ୍ୟନ୍ତ କ୍ୟାରିୟରରେ ମୋଟ ୨୮ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଅନେକ ମ୍ୟାଚ୍ ସେ ବିଦେଶୀ ପିଚ୍ ରେ ଖେଳିଥିଲେ ବି ସେସବୁ ମ୍ୟାଚ୍ ରେ ଶତକ ହାସଲ କରିପାରିନାହାନ୍ତି। ହେଲେ ଘରୋଇ ପିଚ୍ ରେ ଗୋଟିଏ ପରେ ଗୋଟିଏ ଏପର୍ଯ୍ୟନ୍ତ ୪ଟି ଶତକ ହାସଲ କରିବାରେ ସଫଳ ହୋଇଛନ୍ତି।

{"id":165408}

ଘରୋଇ ପିଚ୍ ରେ ଟେଷ୍ଟ ଶତକ ହାସଲ କରିବାରେ ବାଂଲାଦେଶର ମୋମିନୁଲ ହକ୍ ସୂଚୀର ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ମୋଟ ୩୬ଟି ଟଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ଏପର୍ଯ୍ୟନ୍ତ ୮ଟି ଶତକ ହାସଲ କରିଛନ୍ତି। ହେଲେ ସବୁ ଶତକ ଘରୋଇ ପିଚ୍ ରେ । ତାଙ୍କ ପଛକୁ ରହିଛନ୍ତି ଏଫ.ଏସ୍.ଜ୍ୟାକସନ ଓ ଚନ୍ଦୁ ବୋର୍ଡେ । ସେମାନେ ଟେଷ୍ଟ ମ୍ୟାଚ୍ ରେ ପ୍ରତ୍ୟେକ ୫ଟି ଲେଖାଏଁ ଶତକ ହାସଲ କରିଥିଲେ ହେଁ ସବୁ ଘୋରଇ ପିଚ୍ ହାସଲ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.