ଏମଏସ ଧୋନୀଙ୍କ ସ୍ଥାନ ନେବା ପାଇଁ ଆବଶ୍ୟକତାଠୁ ଅଧିକ ପ୍ରସ୍ତୁତ ଅଛନ୍ତି ଋଷଭ ପନ୍ତ: ରୋହିତ ଶର୍ମା
5/03/2021 at 8:58 PM

ନୂଆଦିଲ୍ଲୀ ୦୫।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଦିନ ଋଷଭ ପନ୍ତଙ୍କ ନାମରେ ରହିଛି। ଏହି ବାମହାତୀ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଭାରତର ପ୍ରଥମ ଇନିଂସରେ ୧୦୧ ରନର ଦ୍ରୁତ ଇନିଂସ ଖେଳିଛନ୍ତି। ପନ୍ତ ଛକା ମାରି ନିଜର ତୃତୀୟ ଟେଷ୍ଟ ଶତକ ପୂରଣ କରିଛନ୍ତି। ତାଙ୍କର ଏହି ଇଂନିସ କେବଳ ଭାରତୀୟ ପ୍ରଶଂସକଙ୍କୁ ନୁହେଁ ବରଂ ରୋହିତ ଶର୍ମାଙ୍କୁ ମଧ୍ୟ ଶତମୁଖ କରିଛି। ରୋହିତ ପନ୍ତଙ୍କ ଏହି ଶତକକୁ ବହୁତ ଖାସ୍ ଦର୍ଶାଇଛନ୍ତି।
ରୋହିତ ଶର୍ମା କହିଛନ୍ତି, ଋଷଭ ପନ୍ତଙ୍କ ଏହି ଶତକ ଏଥିପାଇଁ ଖାସ୍ ରହିଛି, କାରଣ ସେ ଯେତେବେଳେ କ୍ରିଜ୍କୁ ଆସିଲେ ଦଳର ସ୍ଥିତି ଭଲ ନଥିଲା। ପନ୍ତଙ୍କ ଏହି ଇନିଂସରେ ସବୁ ଶୈଳୀ ଦେଖିବାକୁ ମିଳିଛି। ପ୍ରଥମେ ସେ କ୍ରିଜ୍ରେ ଧୈର୍ଯ୍ୟର ସହ ବ୍ୟାଟିଂ କଲେ। ପରେ ସୁଯୋଗ ମିଳିବା ମାତ୍ରେ ସଟ୍ ଖେଳି ଚାଲିଲେ। ପନ୍ତ ନିଜର ଏହି ଦମଦାର ବ୍ୟାଟିଂ ବଳରେ ଦଳର ସ୍ଥିତିକୁ ମଜବୁତ କରିଥିବା ରୋହିତ କହିଛନ୍ତି।
ରୋହିତ ଶର୍ମା କହିଛନ୍ତି, ସୁନ୍ଦର ଓ ପନ୍ତ ଦଳର ରଣନୀତି ଅନୁଯାୟୀ ବ୍ୟାଟିଂ କରିଛନ୍ତି। ଓ୍ଵାଶିଂଟନ ସୁନ୍ଦର ଓ ପନ୍ତଙ୍କୁ ଏହି ସନ୍ଦେଶ ଦିଆଯାଇଥିଲା ଯେ ଦଳ ପ୍ରଥମେ ବିରୋଧୀ ଦଳର ସ୍କୋର ପର୍ଯ୍ୟନ୍ତ ପହଞ୍ଚିବା ଉଚିତ୍ ଏବଂ ପରେ ନିଜ ନିଜର ସଟ୍ ଖେଳିବେ। ଉଭୟ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍ରେ ଶତକୀୟ ଭାଗିଦାରୀ କରି ଦଳର ସ୍ଥିତିକୁ ମଜବୁତ କରିଛନ୍ତି। ଋଷଭ ପନ୍ତ ନିଜକୁ ପ୍ରମାଣିତ କରିଛନ୍ତି ଯେ, ସେ ଏମଏସ ଧୋନୀଙ୍କ ସ୍ଥାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ।
ରୋହିତ ଶର୍ମା କହିଛନ୍ତି, ପନ୍ତଙ୍କ ଖେଳିବାର ନିଜସ୍ଵ ଶୈଳୀ ରହିଛି। ଟିମ୍ ଇଣ୍ଡିଆ ସମୟ ସମୟରେ ମେସେଜ୍ ପଠାଇଥିଲା। ହେଲେ ପନ୍ତ ନିଜ ଶୈଳୀରେ ବ୍ୟାଟିଂ କରି ଚାଲିଥିଲେ। ତାଙ୍କର ଏହି ବ୍ୟାଟିଂ ଦେଖି ଆମେ ଖୁସି। ଦଳର ୨୦୦ ରନ ପୂରା ହେବା ପରେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ।